ରିପୋର୍ଟ :ଦେବାଶିଷ
ବେଗୁନିଆପଡା (ଆମ ଓଡ଼ିଶା ଖବର )ମିଶନ ଶକ୍ତି ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା କୃତି ପ୍ରତିଯୋଗୀଙ୍କୁ ବିଡ଼ିଓଙ୍କ ଉପସ୍ଥିତରେ ପୁରସ୍କାର ପ୍ରଦାନ କଲେ ବିଧାୟକ,ବେଗୁନିଆପଡା, ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଆଜି ସ୍ୱାଧୀନତା ଦିବସ ପାଳିତ ହୋଇଥିବା ବେଳେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଉତ୍ସବ ମୁଖର ଥିଲା ବେଗୁନିଆପଡା ବ୍ଲକ ପରିବେଶ | ଏକ ବିଶାଳ ବାଇକ ରାଲିରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇ ଭାରତ ମାତାର ଗୁଣଗାନ କରିବା ସହିତ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ନେଇ ବେଶ ଖୁସି ବ୍ୟକ୍ତ କରିଥିଲେ | ପରେ ମିଶନ ଶକ୍ତି ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ନେଇ ବକୃତା ଓ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ବ୍ଲକ ପରିସରରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ପୁରସ୍କାର ବିତରଣ କରିଥିଲେ । ଶ୍ରୀ ନାୟକ ବ୍ଲକକୁ ଆସି ମହାପୁରୁଷ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ ବୁଲି ଦେଖିଥିଲେ । ପରେ ଏକ ସଭାରେ ଯୋଗଦେଇ ସ୍ୱାଧୀନତା ଦିବସର ତତ୍ୱର୍ଯ୍ୟ ଓ ସ୍ୱାଧୀନତା ସଂଗ୍ରାମଙ୍କ ବଳିଦାନ ଉପରେ ଆଲୋଚନା କରିବା ସହ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l