ରିପୋର୍ଟ :ବିଜୟ ପାଙ୍ଗି
ବୈପାରିଗୁଡା (ଆମ ଓଡ଼ିଶା ଖବର )ବୈପାରିଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ପରିସର ଭିତରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯଇଛି। ଆଜିର ଏହି ସ୍ୱାଧୀନତା ଦିବସ ପାଳିତରେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ କାର୍ଯ୍ୟାଳୟ ଓ ବୈପାରିଗୁଡ଼ା ହାଇସ୍କୁଲ ଖେଳ ପଡ଼ିଆ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ସ୍ବାଧିନତା ଦିବସ ପାଳିତ ଅବସରରେ ବିଭିନ୍ନ ଶିକ୍ଷାନଷ୍ଠାନ ଗୁଡ଼ିକର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ୟାରେଡ କରାଯାଇଥିଲା। ଏହା ସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲ। ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇ ଉନ୍ନୀତ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ବିତରଣ କରାଯାଇଥିଲା। କୁନିକୁନି ଛାତ୍ର ଛାତ୍ରୀ ମାନେ ତ୍ରାଇ ତ୍ରାଇ ଖରାରେ ଛିଡ଼ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରି ନଥିବା ଦେଖିବାକୁ ମିଳିଥିଲା।

ଯାହା ଫଳରେ କି କାର୍ଯ୍ୟକ୍ରମ ସାରିବା ପର୍ଯ୍ୟନ୍ତ ପ୍ରାସାସନିକ ଅଧିକାରୀ ମାନେ ଟେଣ୍ଟ ତଳେ ଆରାମରେ ବସିଥିଲେ କିନ୍ତୁ କୁନିକୁନି ଛାତ୍ର ଛାତ୍ରୀ ଓ ଅଭିଭାବକ ତ୍ରାଇ ତ୍ରାଇ ଖରାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଠିଆ ହୋଇଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ବୈପାରିଗୁଡ଼ା ଥାନା , ସ୍ଵାସ୍ଥ୍ୟ କେନ୍ଦ୍ର , ବନ ବିଭାଗ କାର୍ଯ୍ୟାଳୟ , ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ , ସ୍କୁଲ୍ , କଲେଜ୍ , ରାଜ୍ ନୈତିକ ପାର୍ଟି କାର୍ଯ୍ୟାଳୟ ସମେତ ୟୁଥ୍ କ୍ଲବ୍ , ଡମ୍ବ ସମାଜ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନ ଗୁଡ଼ିକରେ ପରିସରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।