ରିପୋର୍ଟ :ବିଜୟ ପାଙ୍ଗି
ବୈପାରୀଗୁଡା (ଆମ ଓଡ଼ିଶା ଖବର )କିଏ ଜାଣିଥିବ ଗୋଟେ ବିବାହିତ ମହିଳା ବାପାଙ୍କ ଘରେ ଗଲା ପରେ ମହିଳା ଜଣକ ବିଧବା ହୋଇଯିବ ବୋଲି। କିଏ ଜାଣିଥିବ ଶଳାଙ୍କ ଜମି ହିଡ଼ରେ ଜ୍ବାଇଁଙ୍କୁ ଯୋମ ଜଗି ରହିଥିବ ବୋଲି। ଶଳା ଜ୍ବାଇଁ ମିଶି ଘରୁ ବାହାରିଲେ ହେଲେ ଶଳା ଘରକୁ ଫେରି ଆସିଲେ କିନ୍ତୁ ଜ୍ବାଇଁଙ୍କୁ ହରେଇ ବସିଲେ। ହଁ ଦର୍ଶକ ବନ୍ଧୁ ଏହିଭଳି ଦୁର୍ଘଟଣା ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମୁଣ୍ଡିଗୁଡ଼ା ଛକ ନିକଟରେ। ସୂଚନା ଅନୁଯାୟୀ ବୁରୁଡିପୁଟ ଗ୍ରାମର ସନିଆ ଦୋରା ଓ ତାଙ୍କ ଜ୍ବାଇଁ ମିଶି ରାସ୍ତାକଡ଼ରେ ଥିବା ନିଜ ଚାଷଜମିରେ ୟୁରିଆ ସାର ମାରିବାକୁ ବାଇକ ଯୋଗେ ବାହାରିଥିଲେ। ଶଳା ଜ୍ବାଇଁ ମିଶି ବାଇକ ଯୋଗେ ରାସ୍ତାକଡ଼ରେ ଥିବା ଚାଷ ଜମିରେ ପହଞ୍ଚି ରାସ୍ତାକଡ଼ରେ ବାଇକ ରଖି ସନିଆ ୟୁରିଆ ସାର ମାରିଥିବା ବେଳେ ସନିଆଙ୍କ ଜ୍ୱାଇଁ ଜମି ହିଡ଼ରେ ବସି ରହିଥିଲେ। ସେହି ସମୟରେ ଓଡି ୦୨ ବିଏନ ୨୩୩୫ ନମ୍ବର ଏକ କାର ଦୃତ ଗତିରେ ଆସି ବାଇକକୁ ଧକ୍କା ଦେଇ ଘସାଣିନେଇ ସନିଆର ଜ୍ୱାଇଁଙ୍କ ଉପରେ ଧକ୍କା ଦେଇ ବିଲ ଭିତରେ ପସି ଯାଇଥିଲା। ଫଳରେ ସନିଆଙ୍କ ଜ୍ବାଇଁ ଘଟଣା ସ୍ଥଳରେ ଛିଟିକି ପଡ଼ିଥିଲା। ତେବେ ସନିଆଙ୍କ ଜ୍ୱାଇଁଙ୍କୁ ଗୁରୁତ୍ତର ଅବସ୍ଥାରେ ଚିକିତ୍ସା ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଇଥିଲେ। ସେଠାରେ ଡାକ୍ତର ପରିକ୍ଷାକରି ଗୁରୁତ୍ତର ବ୍ଯକ୍ତିଙ୍କୁ ମୃତ୍ୟୁ ଘଷଣା କରିଥିଲେ। ଖବର ପାଇ ବୈପାରିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ହୋଇଥିବା କାର ଓ ବାଇକକୁ ଜବତ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଉକ୍ତ କାରଟି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରୁପୁଟ ଅଞ୍ଚଳର ବୋଲି ଜଣା ପଡ଼ିଛି। ଖଇରୁପୁଟ ଅଞ୍ଚଳର ମମତା ସଗରିଆ ଓ ଜାମିନୀକାନ୍ତ ସଗରିଆ ମାଆ ପୁଅ ମିଶି କୌଣସି ଏକ କାମରେ ଡାବୁଗାଁ ଅଞ୍ଚଳରେ ଯାଇଥିଲେ। କାମ ସାରି ଡାବୁଗାଁ ଠାରୁ ବାହାରି ଜୟପୁର ବୈପାରିଗୁଡ଼ା ରାସ୍ତା ଦେଇ ନିଜ ଘରକୁ ଫେରୁଥିବା ବେଳେ ଦିଗାପୁର ଛକ ନିକଟସ୍ଥ ମୁଣ୍ଡିଗୁଡ଼ା ନିକଟରେ ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି। ସମରା ଦୋରା କୋଣ ଅବା ଜାଣିଥିଲା ମୋ ଜମି ହିଡ଼ରେ ଜ୍ୱାଇଁଙ୍କୁ ଯୋମ ଜଗିରହିଥିଲା ବୋଲି। ଶେଷରେ ସମରା ଦୋରାଙ୍କ ଭଉଣୀ ବିଧବା ହୋଇଗଲା। ଏହିପରି ଦୁଃଖ ଦାୟକ ଘଟଣା ପରେ ମୁଣ୍ଡିଗୁଡ଼ା ଅଞ୍ଚଳରେ ଶକର ଛାୟା ଖେଳି ଯାଇଛି। ଏପଟେ କାର ଚାଳକକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଲାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।
More Stories
ଅଙ୍ଗାରଗାଁ ପଞ୍ଚାୟତରେ ବୁଲିଲା ସୁଭଦ୍ରା ରଥ l
କୋଟିଆ ଆଦିବାସୀ ସମାଜ ବୈଠକ ଅନୁଷ୍ଠିତ,
ବୈପାରିଗୁାଡ଼ା ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ l