
ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର ): ତା : ୩୧/୦୫
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଛି । ରାୟଗଡ଼ା ରାଣିଗୁଡା ଫର୍ମ ଠାରେ ଜିଲ୍ଲା ସଭାପତି ମହନ ରାଓ ମାଝି ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ , ପ୍ରଭାରୀ ବିଶ୍ଵ ରଞ୍ଜନ ସାହା , ଯୋଗ ଦେଇ ଚଳିତ ମାସ ୨୧ ତାରିଖ ଦିନ ହେବାକୁ ଥିବା ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l

ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲାରେ ଭାରତୀୟ ମଜଦୁର ସଂଘ କୁ ପଞ୍ଚାୟତ ଏବଂ ବ୍ଳକ ସ୍ତରରୁ କେନ୍ଦ୍ର ପର୍ଯ୍ୟନ୍ତ କିଭଳି ସଂଗଠନ କୁ ବିସ୍ତାର ଓ ମଜଭୂତ କରାଯିବ ତାପାଇଁ ପ୍ରସ୍ତୁତି କରାଯାଇଥିଲା ଏବଂ ବିଭିନ୍ନ ସଂଗଠନ ର ସମସ୍ୟା ଦାବି ଗୁଡିକ କୁ କିଭଳି ବ୍ଲକ ଜିଲ୍ଲା ରାଜ୍ୟ ସ୍ତର ରେ ଆଲୋଚନା କରାଯାଇ ତାହାର ସମାଧାନ କରାଯିବା ପାଇଁ ଆଲୋଚନା କରାଯାଇଥିଲା l

ଉକ୍ତ ବୈଠକରେ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସିସିଏସନ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଓଡ଼ିଶା ରାଜ୍ୟ ହସ୍ପିଟାଲ କର୍ମଚାରୀ ସଂଘ , ଓଡିଶା ପାଚିକା ସଂଘ, ବିଶ୍ୱକର୍ମା ମଜଦୁର ସଂଘ, ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ, ଜେକେ ପେପର ମଜଦୂର ସଂଘ , ଉତ୍କଳ ଆଲୁମିନା ଠିକା ମଜଦୂର ସଂଘ , ଇମ୍ପା ଠିକା କର୍ମଚାରୀ ସଂଘ, ରାୟଗଡ଼ା ପରିବା ବ୍ୟବସାୟ ମଜଦୂର ସଂଘ , ରାୟଗଡ଼ା ସଫେଇ ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ରାଜ ମେସ୍ତ୍ରୀ ସଂଘ ସହ ୧୧ ଟି ବ୍ଳକର ନେତୃବୃନ୍ଦ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ଶେଷରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ l

ଉକ୍ତ କାର୍ଯ୍ୟକ୍ରମକୁ ଧର୍ମ ସିଂ ନାଗ , ଦୂର୍ଗା ମାଧବ ଘୋଷ , ଶ୍ରୀମତୀ ଉଷାରାଣୀ ଦାଶ , ଗୀତାଞ୍ଜଳି ହୀଆଲ , ତମାଳ ସାହୁକାର , କସ୍ତୁରୀ ନାୟକ , ସୂର୍ୟକାନ୍ତି ହରିଜନ, ସୁରେଶ ଚନ୍ଦ୍ର ସାହୁ, ଗୋବିନ୍ଦ କଣ୍ଡଗିରୀ, ପରମେଶ୍ୱର ହିପୀରିକା ପରିଚାଳନା କରିଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ନିୟମଗିରିର ଦୁର୍ଗମ ଅଞ୍ଚଳରେ ରାୟଗଡ ଜିଲ୍ଲା ପ୍ରଶାସନ: ଡୋଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ଭୋଟର ତାଲିକା ସଂଶୋଧନ ପାଇଁ ଏନ୍ୟୁମେରେସନ ଫର୍ମ ବଣ୍ଟନ ।
ଅବସର ଦିବସରେ ରାୟଗଡ଼ ବିଇଓ ପ୍ରଦାନ କଲେ ଚୂଡାନ୍ତ ପେନସନ, ଶିକ୍ଷକ ସଂଘ ଖୁସ୍।
ରାୟଗଡା ଜିଲ୍ଲାରେ ଏସଆଇଆର ର ପ୍ରାରମ୍ଭ।