ମାଲକାନଗିରି (ଆମ ଓଡ଼ିଶା ଖବର )ମାଲକାନଗିରି ଜିଲ୍ଲା: ଖଇରୁପୁଟ ୨୯/୮ କଥାରେ ଅଛି କଠିନ ପରିଶ୍ରମର ଫଳ ସଫଳତାର ଚାବିକାଠି। ଦିନ ଥିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗାଁ ଗୁଡ଼ିକର ବଣ୍ଡା ସମ୍ପ୍ରଦାୟର ଲୋକେ ଡାକ୍ତର ପାଖକୁ ପହଞ୍ଚିବା ଅସମ୍ବବପର ହେଉଥିବା ବେଳେ ସେହି ଗାଁ ଗୁଡ଼ିକରେ ଡାକ୍ତରୀ ଟିମ ପହଞ୍ଚିବାରେ ମଧ୍ୟ କଷ୍ଟକର ହଉଥିଲା। ଆଜି ସେହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ମାଲକାନଗିରି ଜିଲ୍ଲା ଖଇରୁପୁଟ ବ୍ଲକ ଅଧିନସ୍ଥ ଆଣ୍ଡ୍ରାହଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣ୍ଡାଘାଟୀ ବଡ଼ବେଳ ଗାଁର ଜଣେ ବଣ୍ଡା ସମ୍ପ୍ରଦାୟର ହାଡ଼ି ମୁଦୁଲିଙ୍କ ବଡ଼ ପୁଅ ମଙ୍ଗଳା ମୁଦୁଲି ନାମକ ଜଣେ ବଣ୍ଡା ଯୁବକ ହେବେ ଡାକ୍ତର। ମଙ୍ଗଳା ମୁଦୁଲି ଜଣେ ଗରିବ ପରିବାରରେ ଜନ୍ମ। ତେବେ ଗରିବ ପରିବାରର ମଧ୍ୟରେ ମଙ୍ଗଳା ମୁଦୁଲି ପ୍ରଥମେ ମୁଦୁଲି ପଡ଼ା ସରକାରୀ ଆବାସିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ଅଧ୍ୟୟନ କରିଥିଲେ। ସେଠାରୁ ମଙ୍ଗଳା ଦଶମ ଶ୍ରେଣୀରେ ଦ୍ଵିତୀୟ ସ୍ଥାନ ଅଧିକାର କରି ମାଥିଲି ଅନୁ ସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଉଚ୍ଚ ଶିକ୍ଷା ଲାଭ କରିଥିଲେ। ପିଲାଟି ଦିନରୁ ମଙ୍ଗଳାଙ୍କ ଡାକ୍ତର ହେବାର ସପ୍ନ ରହିଥିଲା। ପିଲାଦିନର ସପ୍ନକୁ ପୁରା କରିବା ନେଇ ମେଡ଼ିକାଲ କଲେଜରେ ଡାକ୍ତରୀ ପାଠ ଅଧ୍ୟୟନ କରିବାରେ ସଫଳତା ହାସଲ କରି ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମଙ୍ଗଳା। ତେବେ ଆସନ୍ତା କାଲି ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ସେ ନାମ ଲେଖାଇବେ ବୋଲି ଜଣା ପଡ଼ିଛି। ବଣ୍ଡା ଘାଟିର ବଣ୍ଡା ସମ୍ପ୍ରଦାୟର ଲୋକ ଦିନେ ଡାକ୍ତରଙ୍କ ପରିଚୟ ଜାଣିପାରିନଥିବା ବେଳେ ଆଜିର ଦିନରେ ସେହି ବଣ୍ଡା ସମ୍ପ୍ରଦାୟର ମଙ୍ଗଳା ମୁଦୁଲି କଠିନ ପରିଶ୍ରମ କରି ଡାକ୍ତର ହେବା ଖବର ପାଇ ମଙ୍ଗଳାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବଣ୍ଡା ଯୁବକ ଡାକ୍ତର ହେବା ଖବର ପ୍ରକାଶ ହେବା ପରେ ମଙ୍ଗଳାଙ୍କୁ ବିଭିନ୍ନ ମହଲରୁ ସ୍ଵାଗତ କରାଯାଉଛି।
ଅପହଞ୍ଚ ଅଞ୍ଚଳ ପାଇଁ ଗୌରବ, ଡାକ୍ତର ହେବେ ବଣ୍ଡା ଯୁବକ l


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।