କୋରାପୁଟ: (ଆମ ଓଡ଼ିଶା ଖବର )ଲଘୁଚାପ ଜନିତ ଲଗାଣ ବର୍ଷା ହେବାର ସମ୍ଭାବନାକୁ ନେଇ କୋରାପୁଟ ଜିଲ୍ଲାକୁ ରେଡ୍ ଜୋନରେ ଆଲୋଟ କରାଯାଇଛି। କୋରାପୁଟ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ମାନଙ୍କ ସମେତ ପ୍ରତ୍ୟେକ ବ୍ଲକର ବିଡ଼ିଓ , ତହସିଲ୍ ଦାର୍ , ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ଅଗ୍ନିଶମ ବାହନୀ ମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ତେବେ ପ୍ରୋବଳ ବର୍ଷା ହେବା ସମ୍ଭାବନାକୁ ନେଇ ଜିଲ୍ଲାର ପ୍ରତ୍ୟେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ଛୁଟି ଘଷଣା କରିଛନ୍ତି କୋରାପୁଟ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ। ତେବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଛୁଟି ଘଷଣା କରାଯାଇଥିଲେ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସଠିକ ସମୟରେ ବିଦ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲା ପାଳ କୋରାପୁଟ ବାସୀଙ୍କୁ ସର୍ତକତାରେ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଭୀଷଣ ବର୍ଷା ସମ୍ବାବନା ହେବା ଆଶଙ୍କାରେ କୋରାପୁଟ ବାସୀଙ୍କ ନିଦ ହଜାଇ ଦେଇଛି। କୌଣସି ଅଞ୍ଚଳରେ ଅଧିକ ବର୍ଷାରେ ଅସୁବିଧାର ସମ୍ମୁଖୀନ ହେବ ତେବେ ସାଙ୍ଗେ ସାଙ୍ଗେ ପ୍ରଶାସନକୁ ଜଣେଇବାକୁ ସୂଚନା ଦେଇଛନ୍ତି।
ରେଡ୍ ଜୋନରେ କୋରାପୁଟ, ପ୍ରୋବଳ ବର୍ଷା ସମ୍ଭାବନା ପାଇଁ ବିଦ୍ୟାଳୟ ଗୁଡ଼ିକ ଛୁଟି l


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।