ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପରିସରରେ ସରପଞ୍ଚ ଶିବ ଶଙ୍କର ବାରିକଙ୍କ ତତ୍ତ୍ବାବଧାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ସରପଞ୍ଚ ଶିବ ଶଙ୍କର ବାରିକ ଉଦଘାଟନ କରିଥିବା ବେଳେ ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ଯକ୍ଷ ସୁଧାକର ପ୍ରଧାନ, ସମବାୟ ନିର୍ଦେଶକ ହୃଷିକେଶ ମେହେଣା,ସମିତି ସଭ୍ୟ ସନ୍ତୋଷ କୁମାର ସାହୁ, ସମାଜସେଵୀ ଦେବେନ୍ଦ୍ର ମହାରଣା, ମହେନ୍ଦ୍ର କୁମାର ଗୌଡ଼, ବସନ୍ତ କୁମାର ବାରିକ,ଶରତ କୁମାର ଜେନା ଙ୍କ ସମେତ ସମସ୍ତ ଓ୍ବାର୍ଡ ସଭ୍ୟ, ମିଶନ ଶକ୍ତି ମହିଳା ଓ ଯୁବକ ସଂଘ ସଦସ୍ଯ ଉପସ୍ଥିତ ରହିଥିଲେ। ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ମନୋଜ ନୁମାର ପାଢ଼ୀ, ସୁଜିତ କୁମାର କୁମାର ସାହୁ, ଅଶ୍ବିଳା ନାୟକ, ରାମହରି ପଣ୍ଡା, ଅମୂଲ୍ୟ ବେହେରା ରକ୍ତ ସଂଗ୍ରହ କରିଥିଲେ । ଏଥିରେ ପଞ୍ଚାୟତ କର୍ମଚାରୀ, ଯୁବଗୋଷ୍ଠୀ ସହଯୋଗ କରିଥିଲେ । ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।


More Stories
ବ୍ରହ୍ମପୁରରେ ଉଦଘାଟିତ ହେଲାତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ତୃତୀୟ ଅନ୍ତର୍ଜାତୀୟ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ।
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ।