କୁନ୍ଦୁରା ବ୍ଲକ କଂଗ୍ରେସ ଖଲୁନି ମୁହଁ l
କନ୍ଦୁରା (ଆମ ଓଡ଼ିଶା ଖବର ) କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ୱରୀ ପରଜା ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିବା ନେଇ ଇସ୍ତଫା ପତ୍ର ସସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ କୁନ୍ଦୁରା ବ୍ଲକରେ ଏହା ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ଵରୀ ପରଜା ଗତ ଏପ୍ରିଲ ମାସ ୨୦ ତାରିଖ ଦିନ ଜୟପୁର ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଉପ ଜିଲ୍ଲାପାଳଙ୍କୁ ଏକ ଇସ୍ତଫା ପତ୍ର ଦେଇଥିବା ବେଳେ ଚଳିତ ମାସ ୨୮ ତାରିଖ ଦିନ ପୁଣି ଏକ ଇସ୍ତଫା ପତ୍ର ଜୟପୁର ଉପ ଜିଲ୍ଲାପାଳଙ୍କୁ ଦେଇଥିବା ଜଣା ପଡ଼ିଛି। ତେବେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ୱରୀ ପରଜା କାହିଁକି ଦୁଇ ଦୁଇଥର ଇସ୍ତଫା ଦେଉଛନ୍ତି ତାହାର କାରଣ କିଛି ସ୍ପଷ୍ଟ ହୋଇନି। ଅଧ୍ୟକ୍ଷା ଶ୍ରୀମତୀ ରଜେଶ୍ୱରୀ ପରଜାଙ୍କ ଭାଇରାଲ ଇସ୍ତଫା ପତ୍ରରେ ନିଜର ବ୍ୟକ୍ତିଗତ ସମସ୍ୟା ଯୋଗୁ ସେ ଇସ୍ତଫା ଦେଇଥିବା ବେଳେ ତାହା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି କି ନାହିଁ ତାହା ମଧ୍ୟ ସ୍ପୋଷ୍ଟ ହୋଇନାହିଁ। ଏହାକୁ ନେଇ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ୱରୀ ପରଜାଙ୍କୁ ଯୋଗାଯୋଗ କରିବା ପରେ ସେ ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଗଣ ମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନା ଅନୁସାରେ କୁନ୍ଦୁରା ବ୍ଲକରେ କାର୍ଯ୍ୟରତ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ ବ୍ଲକ ସମ୍ମୁଖରେ ଦିନ ତମାମ ଅପେକ୍ଷା କରିଥିଲେ କିନ୍ତୁ ଅଧ୍ୟକ୍ଷାଙ୍କ ଦେଖା ମିଳିନଥିଲା କିମ୍ବା କୁନ୍ଦୁରା ବ୍ଲକ କଂଗ୍ରେସ ପକ୍ଷରୁ ମଧ୍ୟ କିଛି ଉତ୍ତର ମିଳିନଥିଲା। ଏହାକୁ ନେଇ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କପିଳେଶ୍ୱର ତାଣ୍ଡିଙ୍କୁ ଯୋଗାଯୋଗ କରିବାରୁ ବ୍ଲକ ଅଧ୍ୟକ୍ଷା ଇସ୍ତଫା ଦେଇଥିବା ବିଷୟବସ୍ତୁ ବିଷୟରେ କୌଣସି ସୂଚନା ନଥିବା ଗୋଷ୍ଟୀ ଉନ୍ନୟନ ଅଧିକାରୀ କପିଳେଶ୍ୱର ତାଣ୍ଡି ପ୍ରକାଶ କରିଛନ୍ତି। କୁନ୍ଦୁରା ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫାପତ୍ର ଗ୍ରହଣ କରି ଜିଲ୍ଲା ପ୍ରଶାସନ କାହିଁକି ପଦକ୍ଷେପ ନେଉନାହାଁନ୍ତି ବୋଲି କୁନ୍ଦୁରା ବ୍ଲକବାସୀ ସାଧାରଣରେ ପ୍ରଶ୍ନ କରିଛନ୍ତି। କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ଦୁଇ ଦୁଇ ଥର ଇସ୍ତଫା ଦେଇଛନ୍ତି ପୁଣି ପରବର୍ତ୍ତୀ ସମୟରେ ତାହାକୁ ପ୍ରତ୍ୟାହାର କରାଯାଉଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ବଦଳରେ କାହିଁକି ପ୍ରତ୍ୟାହାର କରାଯାଉଛି। ଏହାର ରହସ୍ୟ କୋଣ ବୋଲି ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି। ଏପଟେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଜେଶ୍ୱରୀ ପରଜା ଦୁଇ ତିନି ଥର ଇସ୍ତଫା ଦେଲେଣି। ବାର ବାର ଇସ୍ତଫା ଦେବା ସତ୍ତ୍ବେ ମଧ୍ୟ ପ୍ରଶାସନ କାହିଁକି ପଦକ୍ଷେପ ନେଉନାହିଁ ବୋଲି ବିରୋଧିଦଳୀୟ ନେତା ଶ୍ରୀ ବୃନ୍ଦାବନ ମଲ୍ଲିକ ସାଧାରଣରେ ଦାବୀ କରିଛନ୍ତି। ଏହା ସହ କୁନ୍ଦୁରା ବ୍ଲକ କଂଗ୍ରେସ ପକ୍ଷରୁ ଏହା ଏକ ବଡ଼ ପ୍ରହସନ ବୋଲି ମତପ୍ରକାଶ ଦେଇଛନ୍ତି। ଘଟଣାକୁ ନେଇ କୁନ୍ଦ୍ରା ରାଜନୀତି ଜୋର୍ ଧରିଛି।


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।