କୋଦଳା ଏନଏସି ର ପଚାଶ ବର୍ଷ ପୂର୍ତ୍ତିଅବସରରେ ଉତ୍ସବ l

କୋଦଳା :(ଆମ ଓଡ଼ିଶା ଖବର )- ଗଣତାନ୍ତ୍ରିକ ଶାସନ ପ୍ରଣାଳୀରେ ସ୍ଵଛତା ଆଣିବା ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୩୧ ତାରିଖକୁ ସ୍ୱାୟତ୍ତ ଶାସନ ଦିବସ ରୂପେ ପାଳନ କରାଯାଏ । ଶାସନର ସୁଫଳ କିଭଳି ଲୋକଙ୍କ ନିକଟରେ ପହଂଚି ପାରିବ ତାହା ଏହି ଦିବସ ମୁଖ୍ୟ ଲକ୍ଷ । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ତରଫରୁ ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଦିବସ ବେଶ ଆଡମ୍ବର ସହକାରେ ପାଳନ କରାଯାଇଅଛି ।

ପ୍ରାତଃରୁ ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କ ସମେତ ଉପାଧ୍ଯକ୍ଷା ରଞ୍ଜିତା ସେଠି, କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଙ୍କ ସମେତ ଏନଏସି ର ସମସ୍ତ ଓ୍ବାର୍ଡ କାଉନସିଲର ଉପସ୍ଥିତ ରହି ପ୍ରଥମେ ଖରୁଡ଼ା ସାହି ସ୍ଥିତ ଗାନ୍ଧୀ ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏନଏସି ଠାରେ ପତାକା ଉତ୍ତୋଳନ କରିଥିଲେ । କୋଦଳା ଏନସି ର ଉନ୍ନତି କରଣ, ସ୍ଵଛତା ସହିତ କୋଦଳା ରେ ଭାଇଚାରା ବଜାୟ ରଖୁବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଅଧ୍ଯକ୍ଷ ଶ୍ରୀ ନାୟକ । ପରେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସ୍ଵାୟତ୍ତ ଶାସନ ଦିବସ ସମାରୋହର ଆଭାସୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବେଗୁନିଆପଡା ବ୍ଲକ ପରିସରରେ ଥିବା ଆଭାସୀ ସଭା ଗୃହରେ କୋଦଳା ଏନଏସି ର ସମସ୍ତ ପ୍ରତିନିଧ ଏବଂ କର୍ମଚାରି ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।ପରେ କୋଦଳାରେ ନବ ନିର୍ମିତ ସ୍ପୃଶାନ ଗୃହ, ଦାଣ୍ଡି ଯାତ୍ରା, ପୋଖରୀ ସୌନ୍ଦର୍ଜି କରଣ, ପାର୍କ କୁ ଉଦଘାଟନ କରିଥିଲେ ଅଧ୍ଯକ୍ଷ ଙ୍କ ସମେତ ସମସ୍ତ ଓ୍ବାର୍ଡ କାଉନସିଲର।

ଏହି ଉଦ୍ଘାଟନୀ ସମାରୋହରେ କୋଦଳା ର ବିଶିଷ୍ଟ ସମାଜସେବୀ ବିଭୁତି ପାଣ୍ଡୀ, ସଂଜୀବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ତତପରେ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସ୍ୱାୟତ୍ତ ସମାରୋହରେ ସମସ୍ତ ଅତିଥ୍‌ ଙ୍କ ସମେତ କୋଦଳା ବାସୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସମେତ ଅନେକ ଯୋଜନା ଉପରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ ଏବଂ କୋଦଳା ମେଡିକାଲରେ ପହଂଚି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ଭଗବାନ ପାଢ଼ୀ, ମଧୁସୂଦନ ଜେନା, ରିତାଞ୍ଜଳୀ ମିଶ୍ର, ମନୋରଞ୍ଜନ ବେହେରା, ଜିତେନ୍ଦ୍ର ପ୍ରଧାନ ଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର ଯୋଗ ଦେଇଥିଲେ।ଏହି ଅବସରରେ ଏନଏସି ରେ କାର୍ଯ୍ୟରତ ସ୍ଵଚ୍ଛସାଥ୍‌ ମାନଙ୍କ ସମେତ ବିଭିନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

error: Content is protected !!