ବୈପାରୀଗୁଡା (ଆମ ଓଡ଼ିଶା ଖବର )ସାରା ଓଡ଼ିଶାରେ ଡ୍ରାଇଭର ଦିବସ ପାଳନ କରାଯାଉଥିବା ବେଳେ କୋରାପୁଟ ଜିଲ୍ଲା ବୈପାରିଗୁାଡ଼ା ବ୍ଲକରେ ମଧ୍ୟ ଡ୍ରାଇଭର ଦିବସ ପାଳନ କରାଯାଇଛି। ବୈପାରିଗୁଡ଼ା ବ୍ଲକ ଡ୍ରାଇଭର ମହାସଂଘର ବ୍ଲକ ସଭାପତି ମାଧବ ବିଶୋଇଙ୍କ ନେତୃତ୍ୱରେ ବୈପାରିଗୁଡ଼ା ବ୍ଲକର ଡ୍ରାଇଭର ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଶୁକ୍ରବାର ହାଟପଦା ଠାରୁ ବାହାରି ବାଜା ବାଇଦ ନାଚ ଗୀତ କରିବା ସହ ବୈପାରିଗୁଡ଼ା ସହର ପରିକ୍ରମା କରିଥିଲେ। ଏହା ସହ ଅଠର ବର୍ଷରୁ କମ ବୟସର ପିଲାମାନଙ୍କୁ ଗାଡ଼ି ଚଳେଇବାକୁ ମନା କରିବା , ଦୁଇ ଚକିଆ ଯାନ ଚଳେଇବା ପୂର୍ବରୁ ଡ୍ରାଇଭିଂ ଲାଇସେଂସ କରିବା , ଚାରିଚକିଆ ଯାନ ଚଳେଇବା ବେଳେ ସିଟବେଲ୍ଟ ଲଗେଇବା , ମଦ୍ୟପାନ ନିଶାଦ୍ରବ୍ୟ ଅବସ୍ଥାରେ ଯାନ ବାହନ ଚଳାଚଳ ନକରିବା ଇତ୍ୟାଦିକୁ ନେଇ ଅଞ୍ଚଳ ବାସୀଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ। ଏହା ପରେ ଡ୍ରାଇଭର ଦିବସର ଏକ ବୈଠକ କରିଥିଲେ। ପୂର୍ବରୁ ଡ୍ରାଇଭର ମାନଙ୍କୁ ସାଧାରଣ ଲୋକେ ନିଚ ଅବସ୍ଥାରେ ଦେଖୁଥିଲେ ଏହାକୁ ଆଖି ଆଗରେ ରଖି ଆଜିର ସାରା ଓଡ଼ିଶାର ଡ୍ରାଇଭର ଏକତ୍ରିତ ହୋଇ ଡ୍ରାଇଭର ମହାସଂଘ କରାଯାଇଥିବା ଜଣା ପଡ଼ିଛି। ଏହି ପରିପ୍ରକ୍ଷୀରେ ଆଜିର ଦିନକୁ ସାରା ଓଡ଼ିଶାର ଡ୍ରାଇଭର ମାନେ ନିଜ ନିଜ ଅଞ୍ଚଳରେ ଡ୍ରାଇଭର ଦିବସ ପାଳନ କରିଥିବା ଜଣା ପଡ଼ିଛି। ବୈପାରିଗୁଡ଼ା ବ୍ଲକ ଡ୍ରାଇଭର ସଂଘର ସଭାପତି ମାଧବ ବିଷୋୟୀଙ୍କ ନେତୃତ୍ୱରେ ଆୟଜିତ କାର୍ଯ୍ୟକ୍ରମରେ ବୈଜଷ୍ଟ ବିଜୟ କୁମାର ଦାସ , ଲକ୍ଷ୍ମଣ ଗାଦାବା , ଡମ୍ବୁରୁଧର ଦାସ , ସମ୍ପାଦକ ନରେଶ କଂଶାରି , ଉପ ସଭାପତି ସିତମ ସାଗରିଆ (ଜିତୁ) , କଷାଦକ୍ଷ ସ୍ୟାମଘନ ଚାଲାଣ , ସହ ସମ୍ପାଦକ ମହନ ପାତ୍ର , ବଳରାମ ବାରିକ ସମେତ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଏ ଗୋଟି ଗ୍ରାମ ପଞ୍ଚାୟତର ପାଞ୍ଚସହରୁ ଉର୍ଦ୍ଧ୍ୱ ଡ୍ରାଇଭର ଉପସ୍ଥିତ ରହିଥିଲେ। ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ବ୍ଲକ ଅନ୍ତର୍ଗତ ସୁରତ ବିଶୋଇ ନାମକ ଡ୍ରାଇଭର ମାଲକାନଗିରି ଠାରୁ ଟ୍ରକ ଧରି ଫେରୁଥିବା ବେଳେ ଡ୍ରାଇଭର ସଂଘର ଡ୍ରାଇଭର ଦିବସରେ ସାମିଲ ହୋଇଥିଲେ।
ବୈପାରିଗୁାଡ଼ା ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ l


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।