ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଆସିକା ଠାରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି।
ଆସିକା:-ଡିସେମ୍ବର ୨୨ ଭାରତବର୍ଷର ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୌଡ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦୁପଦର କଲେଜର ଗଣିତ ଅଧ୍ୟାପକ ଆଲୋକ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୀବନୀ ଓ ଗଣିତ ଶିକ୍ଷାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ଇତ୍ୟବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଆଚାର୍ଯ୍ୟ ରବୀନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ଛାତ୍ରୀ ସୁନୀତାରାଣୀ ସାହୁ ଶ୍ରୀନିବାସ ରାମାନୁଜନଙ୍କ ଜୀବନୀ,ସ୍ନେହାରାଣୀ ମିଶ୍ର ଓ ପ୍ରତ୍ୟାଶା ମିଶ୍ର ଗଣିତ ବିଷୟରେ ଗୀତ ଗାଇଥିଲେ। କାର୍ଯ୍ୟକ୍ରମରେ ଗୀତାଞ୍ଜଳି ସାବତ, କୃତିବାସ ମହାପାତ୍ର, ଦାଶରଥି ମହାପାତ୍ର, ସନ୍ତୋଷ କୁମାର ସ୍ୱାଇଁ,ଲିପ୍ସା ରାଣୀ ଦୋରା,ଅନୀତା ତ୍ରିପାଠୀ, ରାଜାରାମ ଦାଶ ଓ ସତ୍ୟବାନ୍ ମହାପାତ୍ର ସହଯୋଗ କରିଥିବାବେଳେ ସମସ୍ତ ଛାତ୍ରଛାତ୍ରୀ ଓ ସେବାବ୍ରତୀ ଉପସ୍ଥିତ ଥିଲେ।
ରିପୋର୍ଟ :ରଞ୍ଜନ କୁମାର ରାଉତ
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l