ଖୋର୍ଦ୍ଧା ୧୧/୧ (ଆମ ଓଡ଼ିଶା ଖାବର ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକ୍ ର କଳାଙ୍ଗ ହାଇସ୍କୁଲ ଖେଳ ପଡିଆ ରେ ଚାଲିଥିବା ୨୦ତମ କଳିଙ୍ଗ ପ୍ରିମୀୟର ଲିଗ୍ ର ଶନିବାର ଦିନ ଅନୁଷ୍ଟିତ ଲିଗ୍ ମ୍ୟାଚରେ ସ୍ମାଇଲ ଇଲେଭେନ ବୋଲଗଡ଼ ଦଳ ବିଜୟୀ ହୋଇଛି। ଏହି ମ୍ୟାଚଟି ରମ୍ଭାବିଲ କ୍ରିକେଟ କ୍ଲବ ବନାମ ସ୍ମାଇଲ ଇଲେଭେନ ବୋଲଗଡ଼ କ୍ରିକେଟ ଟିମ୍ ସହିତ ଖେଳ ହୋଇଥିଲା । ସ୍ମାଇଲ ଇଲେଭେନ ଟଚ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ଓଭରରେ ୭ଉଇକେଟ ହରାଇ ୨୧୭ରନ କରିଥିଲା । ଜବାବରେ ରମ୍ଭାବିଲ ଦଳ ୧୪ଦଶମିକ ୪ଓଭରରେ ୯୭ରନ କରି ସମସ୍ତ ଉଇକେଟ ହରାଇଥିଲା ।ଫଳରେ ସ୍ମାଇଲ ଇଲେଭେନ ଦଳ ୧୨୦ରନ ରେ ବିଜୟୀ ହୋଇଛି ।ଆଜିର ଖେଳରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ବ୍ଲକ୍ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ,ସମ୍ମାନିତ ଅତିଥି ଭାବେ ଧଳାପଥର ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି , ସମାଜ ସେବୀ ଆଲୋକ କୁମାର ସାହୁ ପ୍ରମୁଖ ଯୋଗଦେଇ ଶ୍ରେଷ୍ଠ ଖେଳାଳି ଭାବେ ଆଜାଦ ଖାଁଙ୍କୁ ଆର୍ଥିକ ରାଶି ସହିତ ଟ୍ରଫି ସମ୍ମାନିତ କରିଥିଲେ । ଆମ୍ପୀୟର ଭାବେ ସର୍ବେଶ୍ଵର ସାହୁ ଓ ଶରତ ଚନ୍ଦ୍ର ଚୌଧୁରୀ ଉଦ୍ଘୋଷକ ଚିନ୍ମୟ ହୋତା କରିଥିବା ବେଳେ ଆୟୋଜକ ଭାବେ ଅତୁଲ୍ୟ କୁମାର ନିଶଙ୍କ ପରିଚାଳନା କରିଥିଲେ ।
ରିପୋର୍ଟର :ପ୍ରସନ୍ନ କୁମାର ସ୍ୱାଇଁ
More Stories
ରଥ ଟଣାରେ ସାଙ୍ଘାତିକ୍ ବିଭ୍ରାଟ, ନନ୍ଦିଘୋଷ ରଥ ଟଣା ହେବା ପୂର୍ବରୁ ଦଉଡ଼ି ଉଭାନ।
ବିଏମସି ଅଫିସରେ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ପିଟିଲେ।
ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର