ସ୍ଥି୍ରତା ଏବଂ ଦାଇତ୍ବ ସହ ରାଷ୍ଟ୍ରକୁ ଆକୃଷ୍ଟ କରିବା ହିଁ ଯୁବା ପୀଢ଼ୀଙ୍କ ସ୍ଥାୟୀ ଭବିଷ୍ୟତ।
ଆସିକା(ଆମ ଓଡ଼ିଶା ଖାବର )ତା ୧୨/୧ : ବିଶ୍ବର ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ରୂପେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଅଜିତ କୁମାର ମୁନୀଙ୍କ ଅଧ୍ୟକ୍ଷତା ଏବଂ ସଂଯୋଜନାରେ ସଂପାଦିତ ହୋଇଯାଇଛି। ସ୍ବାମୀଜୀଙ୍କ ଏହି ସ୍ବନକ୍ଷତ୍ର ଦିବସରେ ମହାବିଦ୍ୟାଳୟ ରସାୟନ ବିଭାଗର ପ୍ରୟୋଗଶାଳା ଶିକ୍ଷକ ଧନଞ୍ଜୟ ମହାପାତ୍ର ମୁଖ୍ୟ ଅତିଥି ଥିବା ବେଳେ ଏବଂ ଉକ୍ତ ମହାବିଦ୍ୟାଳୟର ହିନ୍ଦୀ ଅଧ୍ୟାପକ ଏବଂ ଯୁବ ରେଡକ୍ରସ ଶାଖାର ସଦ୍ୟତମ ଉପଦେଷ୍ଟା ରାଜେଶ କୁମାର ସାହୁ ସମ୍ମାନିତ ଅତିଥିରୂପେ ମଞ୍ଚାସୀନ ଥିଲେ। ମଞ୍ଚାସୀନ ଅତିଥିଙ୍କ କରକମଳରେ ଅଗ୍ରପୁଜ୍ୟ ପ୍ରଭୁ ଗଣେଷ, ମାଁ ଶାରଦା ତଥା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମାରେ ଆଧ୍ୟାତ୍ମିକବାଦୀ ଶିକ୍ଷକ ତଥା ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦ ମନ୍ତ୍ର ଧ୍ବନିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ଡ. ମୁନୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସଭା ସଂଯୋଜନା କରିଥିଲେ। ଆମେରିକା ଚିକାଗୋ ସହରରେ ସ୍ବାମୀଜୀଙ୍କ ଆଧ୍ୟାତ୍ମିକ ପ୍ରଗଲ୍ଭ ବ୍ୟକ୍ତବ୍ୟକୁ ସମ୍ମାନିତ ଅତିଥି ଅଭିବ୍ୟଞ୍ଜନା କରିଥିଲେ ଏବଂ ବିଶ୍ବ ଦରବାରରେ ଭାରତକୁ ଆଧ୍ୟାତ୍ମିକ ଉତ୍କର୍ଷତାର କେନ୍ଦ୍ର ରୂପେ ବିଶିଷ୍ଟ ପରିଚ଼ୟ ସୃଷ୍ଟି କରିଥିଲେ ଏବଂ ଯୁବା ପୀଢୀଙ୍କ ଅନ୍ତଃର୍ନିହିତ ଶକ୍ତିକୁ ସ୍ବାମୀଜୀଙ୍କ ଭାଷାରେ ଛାତ୍ରଛାତ୍ରୀଙ୍କୁ ଅଭିମନ୍ତ୍ରିତ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନିଜ ସଂକ୍ଷିପ୍ତ ବ୍ଯକ୍ତବ୍ୟରେ ଛାତ୍ରଛାତ୍ରୀ ନିଜର ଅନ୍ତର୍ନିହିତ ଶକ୍ତିକୁ ସମୃଦ୍ଧ କରିବା ପାଇଁ ଆହ୍ବାନ କରିଥିଲେ କେତୋଟି ଟିପ୍ସ ପ୍ରଦାନ କରିଥିଲେ। ସ୍ଥି୍ରତା ଏବଂ ଦାଇତ୍ବ ସହ ରାଷ୍ଟ୍ରକୁ ଆକୃଷ୍ଟ କରିବା ହିଁ ଯୁବା ପୀଢ଼ୀଙ୍କ ସ୍ଥାୟୀ ଭବିଷ୍ୟତ ପାଇଁ ଆଜିର ଆହ୍ବାନ ବୋଲି ସମସ୍ତ ଅତିଥି ଅନୁରୂପ ମନ୍ତବ୍ୟ ଉତ୍ଥାପନ କରିଥିଲେ। ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖାର ସକ୍ରିୟ ସ୍ବେଚ୍ଛାସେବୀ ହିମାଂଶୁ ରୟଜିତ ଜେନା, ପବନ କୁମାର ପଟ୍ଟନାୟକ, ପ୍ରାଚ଼ି ପଟ୍ଟନାୟକ, ସୃଷ୍ଟିରାଣୀ ପଣ୍ଡା, ହୃଷିକେଶ ମହାରଣା, ଟି. ସୁମନ ଆଚାରୀ, ବିଶ୍ବଜିତ ବେହେରାଙ୍କ ମନ୍ତ୍ରଦଷ୍ଟା ସଂଭାଷଣ ସତରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା। ଅନ୍ୟ ସ୍ବେଚ୍ଚାସେବୀ ଛାତ୍ର-ଛାତ୍ରୀଙ୍କ ସହଯୋଗ ଏବଂ ଉପସ୍ଥିତିରେ ଆଜିର ଏହି ଭବ୍ୟ ଦିବସ ସୂଚାରୁ ରୂପେ ସଫଳ ରୂପାୟନ ହୋଇପାରିଥିଲା। ପରିଶେଷରେ ଡ. ମୁନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର 31 ତମ ବାର୍ଷିକ ଉତ୍ସବ ପାଳିତ l
କୋଦଳା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆସିକାର ବାର୍ଷିକ ଉତ୍ସବ l