ଖୋର୍ଦ୍ଧା : (ଆମ ଓଡ଼ିଶା ଖାବର )) ଗତ ଏକ ମାସ ତଳେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗକାରୀ କୁ ବୋଲଗଡ଼ ଥାନା ଅଧିକାରୀଙ୍କ ଦ୍ଵାରା ଗିରଫ କରାଯାଇଥିଲା । ତେବେ ଅଭିଯୋଗକାରୀକୁ ଗିରଫ କରି ପୋଲିସ ହାଜତ ରେ ରଖିଥିବା ବେଳେ ଆସାମୀ ରାଜୁ ପୋଲିସଙ୍କୁ ଚଖମା ଦେଇ ଫେରାର ହେଇଯିବା କଥା ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ହାଜତ ରେ ଥିବା ଅଭିଯୁକ୍ତ ମଧ୍ଯ ରାତ୍ରରୁ ପରିସ୍ରା ଯିବାର ବାହାନା ଦେଖାଇ ଥାନାରୁ ଚମ୍ପଟ ମାରିଥିବା କଥା କୁହାଯାଉଛି । ଖସି ଯାଇଥିବା ଅଭିଯୁକ୍ତ ଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଅଞ୍ଚଳର ପଞ୍ଚୁ କୋଟ ଗ୍ରାମ ବୋଲି ପୋଲିସ ରେକର୍ଡରୁ ଜଣାପଡ଼ିଛି । ନୂତନ ଅଭିଯୋଗ କ୍ରମେ ପୋଲିସ ରେକର୍ଡ ଅନୁଯାୟୀ ଗତ ଦୁଇ ଦିନ ତଳେ ଉକ୍ତ ଅଭିଯୁକ୍ତ ଜଣଙ୍କ ଜଣେ ମହିଳାଙ୍କ ଠାରୁ ଅମାନୁଷିକ ଭାବେ ମୋବାଇଲ ଛଡାଇ ନେଇଥିବା ବୋଲଗଡ଼ ଥାନାରେ ମାମଲା ହୋଇଥିଲେ । ବୋଲଗଡ ପୋଲିସ ଅଭିଯୁକ୍ତ କୁ ଭୀମପଡ଼ା ଗ୍ରାମ ନିକଟସ୍ଥ ଏକ ମୋବାଇଲ ଦୋକାନ ଠାରୁ ସନ୍ଦିଗ୍ଧ ଫେରାର ଆସାମୀ ରାଜ କିଶୋର ବେହେରା ଓରଫ ରାଜୁ (ବୟସ -୨୫) କୁ ବୋଲଗଡ ଥାନାର ପୋଲିସ ଏସ୍.ଆଇ. ଲିଲି ପାଢି , ଏ.ଏସ୍.ଆଇ. ଅକ୍ଷୟ ଦଳେଇଙ୍କ ସମେତ ପୋଲିସ କର୍ମଚାରୀ ମାନେ ସଂଧ୍ଯା ୭ଘଟିକା ସମୟରୁ ଗିରଫ କରି ଆଣି ପୋଲିସ ହେପାଜତରେ ରଖିଥିଲେ l ଆସାମୀ ରାଜୁ ବୋଲଗଡ ପୋଲିସକୁ ଚଖମା ଦେଖାଇ ରାତ୍ରରୁ ପରିସ୍ରା କରିବାର ବାହାନା ଦେଖାଇ ଥାନାରୁ ଚମ୍ପଟ ମାରିବା ଥାନା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଏପରି ଆସାମୀ ଚମ୍ପଟ ଘଟଣାରେ ବୋଲଗଡ଼ ଥାନା ପୋଲିସ ପାଇଁ ଚିନ୍ତା ବଢ଼ାଇଛି ।ଏହି ଫେରାର ଘଟଣାକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଛି । ଅପରାଧିକ ବ୍ୟକ୍ତି ବିଶେଷ ଯଦି ପୋଲିସ୍ ଅଧିକାରୀ ଙ୍କ ହେପାଜତ ରେ ରହି ଖସି ପଳାଇଯାଉଛନ୍ତି ତେବେ ସାଧାରଣ ଜନତା କାହା ଉପରେ ଭରସା ରଖିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଖୋର୍ଦ୍ଧା ବୋଲଗଡ଼ ରୁ ପ୍ରସନ୍ନ ସ୍ୱାଇଁ ଙ୍କ ରିପୋର୍ଟ ଆମ ଓଡ଼ିଶା ଖାବର


More Stories
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।