ଖୋର୍ଦ୍ଧା : (ଆମ ଓଡ଼ିଶା ଖାବର )) ଗତ ଏକ ମାସ ତଳେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗକାରୀ କୁ ବୋଲଗଡ଼ ଥାନା ଅଧିକାରୀଙ୍କ ଦ୍ଵାରା ଗିରଫ କରାଯାଇଥିଲା । ତେବେ ଅଭିଯୋଗକାରୀକୁ ଗିରଫ କରି ପୋଲିସ ହାଜତ ରେ ରଖିଥିବା ବେଳେ ଆସାମୀ ରାଜୁ ପୋଲିସଙ୍କୁ ଚଖମା ଦେଇ ଫେରାର ହେଇଯିବା କଥା ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ହାଜତ ରେ ଥିବା ଅଭିଯୁକ୍ତ ମଧ୍ଯ ରାତ୍ରରୁ ପରିସ୍ରା ଯିବାର ବାହାନା ଦେଖାଇ ଥାନାରୁ ଚମ୍ପଟ ମାରିଥିବା କଥା କୁହାଯାଉଛି । ଖସି ଯାଇଥିବା ଅଭିଯୁକ୍ତ ଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଅଞ୍ଚଳର ପଞ୍ଚୁ କୋଟ ଗ୍ରାମ ବୋଲି ପୋଲିସ ରେକର୍ଡରୁ ଜଣାପଡ଼ିଛି । ନୂତନ ଅଭିଯୋଗ କ୍ରମେ ପୋଲିସ ରେକର୍ଡ ଅନୁଯାୟୀ ଗତ ଦୁଇ ଦିନ ତଳେ ଉକ୍ତ ଅଭିଯୁକ୍ତ ଜଣଙ୍କ ଜଣେ ମହିଳାଙ୍କ ଠାରୁ ଅମାନୁଷିକ ଭାବେ ମୋବାଇଲ ଛଡାଇ ନେଇଥିବା ବୋଲଗଡ଼ ଥାନାରେ ମାମଲା ହୋଇଥିଲେ । ବୋଲଗଡ ପୋଲିସ ଅଭିଯୁକ୍ତ କୁ ଭୀମପଡ଼ା ଗ୍ରାମ ନିକଟସ୍ଥ ଏକ ମୋବାଇଲ ଦୋକାନ ଠାରୁ ସନ୍ଦିଗ୍ଧ ଫେରାର ଆସାମୀ ରାଜ କିଶୋର ବେହେରା ଓରଫ ରାଜୁ (ବୟସ -୨୫) କୁ ବୋଲଗଡ ଥାନାର ପୋଲିସ ଏସ୍.ଆଇ. ଲିଲି ପାଢି , ଏ.ଏସ୍.ଆଇ. ଅକ୍ଷୟ ଦଳେଇଙ୍କ ସମେତ ପୋଲିସ କର୍ମଚାରୀ ମାନେ ସଂଧ୍ଯା ୭ଘଟିକା ସମୟରୁ ଗିରଫ କରି ଆଣି ପୋଲିସ ହେପାଜତରେ ରଖିଥିଲେ l ଆସାମୀ ରାଜୁ ବୋଲଗଡ ପୋଲିସକୁ ଚଖମା ଦେଖାଇ ରାତ୍ରରୁ ପରିସ୍ରା କରିବାର ବାହାନା ଦେଖାଇ ଥାନାରୁ ଚମ୍ପଟ ମାରିବା ଥାନା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଏପରି ଆସାମୀ ଚମ୍ପଟ ଘଟଣାରେ ବୋଲଗଡ଼ ଥାନା ପୋଲିସ ପାଇଁ ଚିନ୍ତା ବଢ଼ାଇଛି ।ଏହି ଫେରାର ଘଟଣାକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଛି । ଅପରାଧିକ ବ୍ୟକ୍ତି ବିଶେଷ ଯଦି ପୋଲିସ୍ ଅଧିକାରୀ ଙ୍କ ହେପାଜତ ରେ ରହି ଖସି ପଳାଇଯାଉଛନ୍ତି ତେବେ ସାଧାରଣ ଜନତା କାହା ଉପରେ ଭରସା ରଖିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଖୋର୍ଦ୍ଧା ବୋଲଗଡ଼ ରୁ ପ୍ରସନ୍ନ ସ୍ୱାଇଁ ଙ୍କ ରିପୋର୍ଟ ଆମ ଓଡ଼ିଶା ଖାବର
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l