ଭୁବନେଶ୍ୱର (ଆମ ଓଡ଼ିଶା ଖାବର )ଭୁବନେଶ୍ୱର ରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ଚତୁର୍ଦ୍ଦଶ ଆନ୍ତରାଷ୍ଟ୍ରିୟ ଭାରତୀୟ ବୈଦିକ ଓ ଜ୍ୟୋତିର୍ବିଦ ୨୦୨୫ ସମ୍ମିଳନୀ । ଏଥିରେ ଓଡ଼ିଶାର ସହରାଞ୍ଚଳ ବିକାଶ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ସମ୍ମିଳନୀରେ ବରିଷ୍ଠ ପ୍ରଶାସକ , କବି , ଲେଖକ , ଜ୍ୟୋତିର୍ବିଦ ଡକ୍ଟର ଭାରତ ଭୂଷଣ ଜଗଦ୍ଦେବ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶ ତଥା ମାଲେସିଆ , ନେପାଳ ଏପରିକି ୩୦ ଟି ରାଜ୍ୟରୁ ୧୩୦ ଜଣ ପ୍ରତିନିଧି ଏହି ସମ୍ମିଳନୀରେ ସାମିଲ ହୋଇ ବିତର୍କରେ ଅଂଶଗ୍ରହଣ କରିଥିଲେ । ଅନ୍ତିମ ଦିବସରେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳର ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ସହିତ ଏକାଧାରରେ ଜଣେ କବି , ଲେଖକ ଓ ଜ୍ୟୋତିର୍ବିଦ ଡକ୍ଟର ଭାରତ ଭୂଷଣ ଜଗଦ୍ଦେବ ଙ୍କୁ ଅନ୍ତରାଷ୍ଟ୍ରୀୟ ଡିଭାଇନ୍ ଏମିନେନ୍ସ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସୂଚନା ଥାଉକି ଡକ୍ଟର ଭାରତ ଭୂଷଣ ଜଗଦ୍ଦେବ ହେଉଛନ୍ତି ଟାଙ୍ଗୀ ଅଞ୍ଚଳ ପାଇଁ ଗର୍ବ ଓ ଗୈ।ରବ ବ୍ୟକ୍ତି ଅଟନ୍ତି , ବିଭିନ୍ନ ସମୟରେ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇ ଟାଙ୍ଗୀ ଅଞ୍ଚଳକୁ ଚର୍ଚ୍ଚାରେ ରଖିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସଦରମହକୁମା ବାସୀଙ୍କ ପକ୍ଷରୁ ଡକ୍ଟର ଭାରତ ଭୂଷଣ ଜଗଦ୍ଦେବଙ୍କୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି ।
ଟାଙ୍ଗୀ : ଡକ୍ଟର ଶ୍ରୀ ଜଗଦ୍ଦେବ ଙ୍କୁ ଅନ୍ତରାଷ୍ଟ୍ରୀୟ ଡିଭାଇନ୍ ଏମିନେନ୍ସ ସମ୍ମାନ ପ୍ରଦାନ l

More Stories
ODISHA VIGILANCE LAUNCHES DA SEARCHES AT 7 LOCATIONS ASSOCIATED WITH SRI SUSIL KUMAR PANDA, AEE, GANJAM BLOCK।
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ଧର୍ମପରାୟଣ ମହିଳାଙ୍କ ପରଲୋକ