ଅଙ୍ଗାରଗାଁ ପଞ୍ଚାୟତରେ ବର୍ଦ୍ଧିତ ଭତ୍ତା ବଣ୍ଟନ

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ପରିସରରେ ଓଡିଶା ସରକାରଙ୍କ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି | ଅଙ୍ଗାରଗାଁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନିଁଳେନ୍ଦ୍ରି ସେଠୀ ପଞ୍ଚାୟତର ସତର ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିବା ବେଳେ ସରପଞ୍ଚ ପ୍ରତିନିଧି ପୁର୍ଣଚନ୍ଦ୍ର ସେଠୀ, ପିଇଓ ବନା ଶବର, ଏଡିଇଓ ପ୍ରିୟଦର୍ଶିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ | ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ହିତାଧିକାରୀଙ୍କ ଉଧ୍ୟେଶ୍ୟ ରେ ଘୋଷଣା କରିଥିବା ବର୍ଦ୍ଧିତ ଭତ୍ତା କୁ ସାରା ରାଜ୍ୟରେ ବଣ୍ଟନ କରିଥିବା ବେଳେ କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ନାୟକ ବୁଧବାର ଦିନ କୋଦଳା ଏନଏସି ସମେତ ବେଗୁନିଆପଡା ବ୍ଲକରେ ଭତ୍ତା ବଣ୍ଟନ କରିଥିଲେ | ରାଜ୍ୟ ସରକାର ତାଙ୍କ ନିର୍ବାଚନ ପ୍ରତିଶୃତି ପୂରଣ କରିଥିବାରୁ ମୋହନ ମାଝୀ ସରକାରଙ୍କୁ ଢେର ପ୍ରଶଂସା କରିଛନ୍ତି ହିତାଧିକାରୀ | ଚଳିତ ମାସ ଠାରୁ ପ୍ରତ୍ୟେକ ମାସରେ ଏହି ବର୍ଦ୍ଧିତ ଭତ୍ତା 3500 ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବା ନେଇ ଜଣାପଡିଛି |

error: Content is protected !!