ରିପୋର୍ଟ :ଦେବାଶିଷ
ବେଗୁନିଆପଡା,(ଆମ ଓଡିଶା ଖବର):ଚଳିତ ବର୍ଷ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ବେଗୁନିଆପଡା ବ୍ଲକର ଅଙ୍ଗାରଗାଁ, ଷଣ୍ଢମୂଳ ସୋସାଇଟି ପକ୍ଷରୁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଗତ ଚାରି ତାରିଖରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଶ୍ରଦ୍ଧାପୂର ସେବା ସମବାୟ ସମିତିରେ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଆଜି ଏହି ଦୁଇ ପଞ୍ଚାୟତରେ ଧାନ କ୍ରୟ କେନ୍ଦ୍ର ଖୋଲାଯାଇ ସରକାରୀ ନୀତି ନିୟମ ଅନୁଯାୟୀ ଧାନ କ୍ରୟ କରାଯାଇଛି | ଧାନ କ୍ରୟ ନିମନ୍ତେ ମିଲର ମାନେ ଉପସ୍ଥିତ ଥିବା ମଧ୍ୟ ଦେଖିବାକୁ ମିଳିଛି | ଅଙ୍ଗାରଗାଁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ନିଳେନ୍ଦ୍ରୀ ସେଠି ଏହି ମଣ୍ଡି କୁ ପୂଜାଵିଧି କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅଙ୍ଗାରଗାଁ ସେବା ସମବାୟ ସମିତି ସମ୍ପାଦକ ବସନ୍ତ କୁମାର ଭୂୟାଁ ଙ୍କ ସମେତ ସମବାୟ ନିର୍ଧେଶକ ପୀତବାସ ଭୂୟାଁ,ବିଶିଷ୍ଠ ସମାଜସେବୀ ରଙ୍କନାଥ ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭ୍ରମର ଭୂୟାଁ, ଅଙ୍ଗାରଗାଁ ସରପଞ୍ଚ ପ୍ରତିନିଧି ପୁର୍ଣ ଚନ୍ଦ୍ର ସେଠିଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ | ସେହିପରି ଷଣ୍ଢମୂଳ ସୋସାଇଟିରେ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ପରିଡା ଧାନ ମଣ୍ଡିକୁ ପୂଜାଵିଧି ପୂର୍ବକ ଶୁଭାରମ୍ଭ କରିଥିବା ବେଳେ ସୋସାଇଟି ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ବୁଲା ଡାକୁଆ, ତାଳସର ସରପଞ୍ଚ ମୁକୁନ୍ଦ ସ୍ୱାଇଁ, ଷଣ୍ଢମୂଳ ପୂର୍ବତନ ସରପଞ୍ଚ ଦେବରାଜ ସ୍ୱାଇଁ ଙ୍କ ସମେତ ମିଲର,ଅଞ୍ଚଳର ବହୁ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ | ସରକାରୀ ନୀତି ନିୟମ ଅନୁଯାୟୀ ଧାନମଣ୍ଡିରେ ସମସ୍ତ ଧାନ କ୍ରୟ କରାଯିବ ବୋଲି କହିଛନ୍ତି ଉଭୟ ସମ୍ପାଦକ | ଚଳିତ ବର୍ଷ ସରକାର ଧାନ କୁଇଣ୍ଟାଲ ପ୍ରତି ୨୩୦୦ଟଙ୍କା ଓ ବୋନସ ଆକାରରେ ୮୦୦ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିବାରୁ ଚାଷୀମାନେ ଖୁସି ହେଉଥିବା ମଧ୍ୟ ଦେଖାଦେଇଛି। ଏଵଂ ସମସ୍ତ ଚାଷୀ କିଭଳି ସୁରୁଖୁରୁରେ ଧାନ ବିକ୍ରି କରିବେ ସେଥିପାଇଁ ସେବା ସମବାୟ ସମିତି ପକ୍ଷରୁ ଦୃଷ୍ଟି ଦିଆଯାଇଛି।
More Stories
ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର 31 ତମ ବାର୍ଷିକ ଉତ୍ସବ ପାଳିତ l
କୋଦଳା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆସିକାର ବାର୍ଷିକ ଉତ୍ସବ l