ଗଞ୍ଜାମ (ଆମ ଓଡ଼ିଶା ଖାବର )ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସନ୍ଧି ନୂଆଁ ପଲ୍ଲୀ, ଆସିକା ସ୍ଥିତ ଟ୍ୟାଲେଣ୍ଟେ ସ୍କୁଲ ର ଦ୍ଵୀତୀୟ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଶ୍ରୀଯୁକ୍ତ ଅଭିମନ୍ୟୁ ରାଉତ ( ବ୍ରିଗେଡିୟର) ସାଙ୍ଗକୁ ଶ୍ରୀ ଅମରଜିତ୍ ସିଂହ ମାନ(କିମସ), ସମ୍ମାନୀତ ଅତିଥି ଓ ଶ୍ରୀ ମତୀ ମୋନା ଆର ମାନ(କିଟ) ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଟ୍ୟାଲେଣ୍ଟ ସ୍କୁଲ ର ପ୍ରତିଷ୍ଠାତା ଡ଼ଃ ସୁରେନ୍ଦ୍ର ନାଥ ପାତ୍ର (ଚେୟାରମେନ) ସମସ୍ତ ଅତିଥି ଙ୍କୁ ପୁଷ୍ପ ଗୁଛ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀମତୀ ମୋନା ଆର ମାନ ମୂଖ୍ୟ ବକ୍ତା ଭାବେ ଆଜିର ପିଢ଼ି ର ବିକାଶ ଉପରେ ଆଲୋକପାତ କରିଥିଲେ ଓ ସ୍କୁଲର ସମସ୍ତ ବିଦ୍ୟାର୍ଥୀଙ୍କୁ ଉକ୍ତ ବିଦ୍ୟାଳୟର ମୂଲ୍ୟବୋଧ ଶିକ୍ଷା ବିଷୟରେ ଉତ୍ସାହିତ କରିଥିଲେ । ଶିକ୍ଷା ର ବିକାଶ ରେ ସମାଜ ର ବିକାଶ ଉପରେ ରେଖା ପାତ କରିଥିଲେ। ଇତ୍ୟବସରରେ ଛାତ୍ର ଛାତ୍ରୀ ଙ୍କ ମନୋରଞ୍ଜନ ସକାଶେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ତତସହିତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସମାଜର ସ୍ଥିତିକୁ ନେଇ ଶିଶୁଶ୍ରମିକ, ଵୃଦ୍ଧାଶ୍ରମ, ସୈନିକ ମାନଙ୍କ ଦେଶ ପ୍ରତି ଥିବା ଉତ୍ସର୍ଗ ଭାବାବୁ ନେଇ ନାଟକମାନ ପରିବେଷଣ କରିଥିଲେ | ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଆନଂଦ ଉଲ୍ଲାସରେ ଏସବୁ ଉପଭୋଗ କରିଥିଲେ। ସମ୍ପାଦକୀୟ ବିବରଣୀ ବିଦ୍ୟାଳୟର ସହ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀମତୀ ରାଜଲଷ୍ମୀ ପାତ୍ର ପାଠ କରିଥିଲେ | ଅତିଥିମାନଙ୍କୁ ବାଜା ବଜାଇ ପଟୁଆରରେ ସଭା ସ୍ଥଳକୁ ପାଛୋଟି ଅଣାଯାଇଥିଲା ଓ ସଭାସ୍ଥଳକୁ ବରିଷ୍ଠ ଶିକ୍ଷକ ରାଜୀବ ଲୋଚନ ପାଣିଗ୍ରାହୀ ସ୍ୱାଗତ ଜଣାଇବା ସହ ଆସନ ଉପଵେଶନ କରାଇଥିଲେ | କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ ଅତିଥି ମାନଙ୍କ ସହ ପ୍ରତିଷ୍ଠାତା ଦ୍ବୟଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ଇଂରାଜୀ ଶିକ୍ଷୟିତ୍ରୀ ବବଲୀ ରାଣୀ ନାହାକ ଉଦଘୋଷାକ ଭାବେ ଉପସ୍ଥାପନା କରିଥିବା ସ୍ଥଳେ ଉକ୍ତ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ ଶ୍ରୀ ଶୁଭମ ପାତ୍ର, ଶ୍ରୀ ରବିନ୍ଦ୍ରନାଥ ପାତ୍ର, ଶ୍ରୀ ବୁଲୁ ପାତ୍ର, ଶ୍ରୀ ପଞ୍ଚାନନ ପାତ୍ର, ଶ୍ରୀ ମନୋଜ୍ ପାତ୍ର ଓ ପରିଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀ ରାଜୀବ ଲୋଚନ ପାଣୀଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ସଂଗୀତ ଛାତ୍ର ଛାତ୍ରୀ, ଅଭିଭାବକ, ସ୍କୁଲ କର୍ମଚାରୀ ସମବେତ ହୋଇ ଗାନ କରିଥିଲେ |ତାପରେ ଅଧ୍ୟକ୍ଷା/ସମ୍ପାଦିକା ଶ୍ରୀ ମତୀ ରାଜ ଲକ୍ଷ୍ମୀ ପାତ୍ର ସଭା ସାଙ୍ଗ କରିଥିଲେ।
ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ୍ ଓଡ଼ିଶା ଖବର
More Stories
ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର 31 ତମ ବାର୍ଷିକ ଉତ୍ସବ ପାଳିତ l
କୋଦଳା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା ଅନୁଷ୍ଠିତ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆସିକାର ବାର୍ଷିକ ଉତ୍ସବ l