ଖୋର୍ଦ୍ଧା :(ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକ କଡବ ଗ୍ରାମ ପଞ୍ଚାୟତର ଚଟୁଆ ଗ୍ରାମସ୍ଥିତ ପ୍ରାଥମିକ ବିଦ୍ୟାଳୟ ଠାରେ ବାବା ସଙ୍କରେଶ୍ୱରଙ୍କ ପୀଠରେ ପଞ୍ଚମ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଯାଇଛି ।ଏହି ଉପଲକ୍ଷେ ଚଟୁଆ ଗ୍ରାମ୍ୟ କମିଟି ଦ୍ଵାରା ଆୟୋଜିତ ହୋଇଥିବା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା । ଏହି ରକ୍ତଦାନ ଶିବିରକୁ ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ନଳିନୀକାନ୍ତ ବଡ଼ଜେନା, ସମିତିସଭ୍ୟା ବୈତୁଲ ବିବି, ସଭାପତି ସେବା ସମବାୟ ସମିତି ଅତୁଲ୍ୟ ଗଡବlଡ଼ , ଶୁଭ ଖବର ସମ୍ପାଦକ ଶୁଭକାନ୍ତ ମହାପାତ୍ର, ଗ୍ରାମ୍ୟ ସଭାପତି ପ୍ରଭାତ କୁମାର ଦାସ, ଯଜ୍ଞାନୁଷ୍ଠାନ ପୁରୁଧା ବିଭୂତି ଭୂଷଣ ରଥ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ତ୍ଵରାନିତ କରିଥିଲେ । ସମ୍ପାଦକ ପ୍ରସନ୍ନ କୁମାର ସାହୁ ,ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ସଂଯୋଜନା କରିଥିବା ବେଳେ ଗ୍ରାମ୍ୟ କମିଟି ର ସମସ୍ତ ସଭ୍ୟ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ । ଖୋର୍ଦ୍ଧା ରକ୍ତ କେନ୍ଦ୍ର ଦ୍ୱାରା ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶେଷରେ ସମସ୍ତ ଅତିଥି ଆୟୋଜକ ସଂସ୍ଥା ଓ ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ମହାନ ପର୍ବରେ ଶତାଧିକ ଗ୍ରାମବାସୀ ଯୋଗଦାନ କରିଥିଲେ ।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l