ଆସିକା ଶିଶୁ ବିଦ୍ୟାମନ୍ଦିର ନେତାଜୀ ଜୟନ୍ତୀ ଓ ପୁରସ୍କାର ବିତରଣ ଉତ୍ସବ  l

ଗଞ୍ଜାମ (ଆମ ଓଡ଼ିଶା ଖବର) ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ଥିଲେ ବୋଲି ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରେ ଅନୁଷ୍ଠିତ ନେତାଜୀ  ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ତଥା ପୁରସ୍କାର ବିତରଣ ଉତ୍ସବରେ ବକ୍ତା ମାନେ ମତବ୍ୟକ୍ତ କରୁଛନ୍ତି। ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୌଡଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ସଭାପତି ସୁବାଷ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ନିରଞ୍ଜନ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡଃ ଲକ୍ଷ୍ମଣ କୁମାର ସୋରେନ୍ ମୁଖ୍ୟ ଅତିଥି, ଶିକ୍ଷା ବିକାଶ ସମିତି, ଓଡିଶାର ପ୍ରାନ୍ତ କାର୍ଯ୍ୟ କାରିଣୀ ସଦସ୍ୟ କିରଣ କୁମାର ପାଢୀ ସମ୍ମାନିତ ଅତିଥି, ବିଦ୍ୟାଳୟର କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ରନାଥ ସାବତ ମଞ୍ଚାସୀନ ଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଓଡିଶା ମାଟିର ବରପୁତ୍ର। ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ସେମାନଙ୍କ ଦାନ ଅତୁଳନୀୟ ବୋଲି ଅତିଥିମାନେ କହିଥିଲେ। ଇତ୍ୟବସରରେ ଉନତ୍ରିଂଶତମ ବାର୍ଷିକ ଉତ୍ସବ ନିମନ୍ତେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ଆଚାର୍ଯ୍ୟ ନିତ୍ୟାନନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ ଓ ଜଟାଧାରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମପରିଚାଳନରେ କୃତିବାସ ମହାପାତ୍ର, ଦାଶରଥି ମହାପାତ୍ର,ପ୍ରଭାଷ ସାହୁ, ରବୀନ୍ଦ୍ର କୁମାର ସାହୁ, ଅନୀତା ତ୍ରିପାଠୀ, ଶୁଭଶ୍ରୀ ମହାପାତ୍ର,ସ୍ୱପ୍ନାରାଣୀ ସାହୁ ରାଜାରାମ ଦାଶ ପ୍ରଭୃତି ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।ସମସ୍ତ ସେବା ବ୍ରତୀ ଉପସ୍ଥିତ ଥିଲେ। 

ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!