ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ହନୁମାନ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତେଇଶି ତମ ବାର୍ଷିକ ଉତ୍ସବ ବେଶ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷ ତଥା ସଭାପତି ଶ୍ରୀ ଦନାର୍ଦନ ଆଚାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ | ଗୁରୁବାର ଅପରାହ୍ନ ଚାରି ଘଣ୍ଟିକା ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କ ନିମନ୍ତେ ବହୁ ମୂଲ୍ୟ ତଥା ଉପାଦେୟ ଉପଦେଶ ରଖିଥିଲେ ଶ୍ରୀ ନାୟକ | ଏହା ସହ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଗୁରୁଜୀ, ଗୁରୁମା ମାନଙ୍କ ନିମନ୍ତେ ଭାବପୁର୍ଣ ଅଭିଭାଷଣ ରଖିଥିଲେ ମାନ୍ୟବର ବିଧାୟକ | ଏଵଂ ବିଦ୍ୟାଳୟରେ ଆଗାମୀ ଦିନରେ ନବମ, ଦଶମ ଶ୍ରେଣୀ ଖୋଲାଯିବା ନିମନ୍ତେ ପ୍ରସ୍ତାବ ବି ଦେଇଥିଲେ | ପରେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ମହାବିଦ୍ୟାଳୟ ର ପ୍ରଧ୍ୟାପକ ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ଯୋଗଦେଇ ଶିକ୍ଷଣ ସମ୍ବଦ୍ଧିୟ ଅନେକ ଗୁରୁତ୍ୱପୁର୍ଣ ବାର୍ତ୍ତା ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା ପ୍ରମୁଖ ଶ୍ରୀ ପଙ୍କଜ ବେହେରା ଉତ୍ସବ କୁ ପରିଚାଳନା କରିଥିବା ବେଳେ ସଂଯୋଜକ ତଥା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ଦାଶ ମଞ୍ଚସିନ ଅତିଥି ମାନଙ୍କୁ ନିମନ୍ତ୍ରଣ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ | ପୂର୍ବରୁ ଆୟୋଜିତ ବିଭିନ୍ନ ଖେଳ କୁଦ, ଗୀତ, ନାଚ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ଉପସ୍ଥିତ ଅତିଥି | କୁନି କୁନି ଛାତ୍ରୀଙ୍କ ଦ୍ୱାରା ମନ୍ତ୍ର ଧ୍ୟନି ସାଙ୍ଗକୁ ବେଦ, ଶ୍ଳୋକ ପାଠ ପରିବେଶକୁ ଆହୁରି ସୁମଧୁର କରିଥିଲା | ଯାହାକୁ ନେଇ ବିମୋହିତ ହୋଇଥିଲେ ସମସ୍ତ ଅତିଥି | ପରେ ଏହି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା ସମିତି, ପୂର୍ବତନ ଛାତ୍ର ଛାତ୍ରୀ, ଅଭିଭାବକ ସହଯୋଗ କରିଥିଲେ |

error: Content is protected !!