ରାୟଗଡ଼ା (ଆମ ଓଡ଼ିଶା ଖାବର ) ସରକାର ଗରିବ ଶ୍ରେଣୀର ପ୍ରାପ୍ତ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନ ତରଫରୁ ତାଲିକା ଭୁକ୍ତ କରି ଭତ୍ତା ଜଗାଇ ଦବା ପାଇଁ ସରକାର ଙ୍କ ନିର୍ଦେଶ ଥିବା ବେଳେ,ଏହି ବ୍ଲକରେ ଅନେକ ବୃଦ୍ଧ ଓ ବୃଦ୍ଧା ଭତ୍ତାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି,ଏହି ଭଳି ଏକ ବୃଦ୍ଧାଙ୍କ କୁରୁଣ କାହାଣୀ ର ଚିତ୍ର ଦେଖିବାକୁ ମିଳିଛି,ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ର ତାଡିଝୋଲା ଗାଁ ର ବର୍ତମାନ ପ୍ରଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ କୁନାକା ସନେଇ(80)ସ୍ୱାମୀ ସ୍ୱର୍ଗତ ଲାଲୁ କୁନାକା,ସନେଇ ବାହାହେବା କିଛି ବର୍ଷ ପରେ ସ୍ୱାମୀ ଆରପାରିକୁ ଚାଲିଯାଇଥିଲେ,ନିଜର ବୋଲି ପାଖରେ କେହି ନଥିଲେ ସେ ବେ ସାହାରା ହୋଇଯାଇଥିଲେ

ସନେଇ,ଗରିବ ଶ୍ରେଣୀର ହୋଇଥିବାରୁ କଣ ଖାଇବେ କେମିତି ବଞ୍ଚିବେ ନିଜର ପେଟ ପୁଷିବା ପାଇଁ ଘରେ ଘରେ କୁଲି ମଜୁରୀ କରି ଓଳିଏ ଖାଇଲେ ଓଳିଏ ଭକ ଉପାସରେ ରହୁଥିଲେ,ବର୍ତ୍ତମାନ ସନେଇ ଙ୍କ ବୟସ ବୟସ ର ଅପରାହ୍ନ ହେଲାଣି,ରହିବାକୁ ଖଣ୍ଡିଏ ଘର ନାହିଁ ଭଙ୍ଗା ଦଦାର ଚାଳ ଛପର ପାଲଥିନ କୁଡ଼ିଆ ଘରେ ରହୁଛନ୍ତି,ବୟସ ଗୋଡି ଗୋଡି ଯାଉଥିଲେ ସୁଧା ଚାଲିବା ବୁଲିବା ବହୁ କଷ୍ଟକର ହୋଇ ପଡୁଛି,କହିବାକୁ ଗଲେ ନିଜର ଶେଷ ନିଶ୍ୱାସ ସମୟ ଆସୁଥିଲେ ମଧ୍ୟ୍ୟ ଖଣ୍ଡିଏ ଭତ୍ତା ଆବାସ ଘର ପାଇଁ ହାତରେ ବାଡ଼ି ଧରି କାକୁତି ମିନତି ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କର୍ଯ୍ୟାଳୟ ପ୍ରଯ୍ୟନ୍ତ ଦ୍ୱାରରସ୍ତ ହେଲେ ମଧ୍ୟ ବର୍ତମାନ ପ୍ରଯ୍ୟନ୍ତ କୌଣସି କାର୍ଯ୍ୟ ହୋଇ ପାରୁନାହିଁ, ବୃଦ୍ଧା ଜଣଙ୍କ ଗରିବ ଶ୍ରେଣୀର ହୋଇଥିବାରୁ ଓଳିଏ ଖାଇଲେ ଓଳିଏ କଷ୍ଟକର ହୋଇ ପଡୁଛି,କିନ୍ତୁ ସରକାରଙ୍କ ଯୋଜନା ଦେଖିଲେ

ଜଣାପଡୁଛି, ଏହି ନିରୀହ ଗରିବ ଶ୍ରେଣୀର ଲୋକଙ୍କ ପ୍ରତି କେତେଦୂର ପହଞ୍ଚି ପାରୁଛି,ଯଥା ଶୀଘ୍ର ଭତ୍ତା ଏବଂ ଖଣ୍ଡିଏ ଆବାସ ଘର ଜଗାଇ ଦେବାପାଇଁ ଗ୍ରାମର ମଞ୍ଜିକା ରାମଡୁ, ଲକ୍ଷ୍ମଣ କାଡ୍ରାକା,କାଡ୍ରାକା ଏ ନେଇ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ ଙ୍କୁ ଯୋଗା ଯୋଗ କରିବାରୁ ତାଙ୍କର କଣ ହେଇଛି ନା କଣ ନାହିଁ ଆଧାର କାର୍ଡ ବ୍ୟାଙ୍କ ପାସ୍ ଵୁକ୍ ଦେଖିକି ଯୋଗାଇ ଦିଆଜୀବ ବୋଲି କହିଥିଲେ,ନଖ,କାଡ୍ରାକା ପିଉ, କାଡ୍ରାକା ଡ଼ିଉ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି,
ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।