ରାୟଗଡା (ଆମ ଓଡିଶା ଖବର )ଅଦ୍ୟ ତା. ୧୭ ଜାନୁୟାରୀ, ୨୦୨୫ ରିଖ, ଶୁକ୍ରବାର, ଜିଲ୍ଲା ସ୍ତରୀୟ ମାଣ୍ଡିଆ ମଣ୍ଡି କଲେକ୍ଟର ରାୟଗଡା ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପାରୁଲ ପଟୱାରିଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି| ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରାୟଗଡ, ନୋଡାଲ ଅଫିସର କୃଷି ବିଭାଗ ଭୁବନେଶ୍ବର, ଡି.ଆର୍.ସି.ଏସ୍ ରାୟଗଡ, ଡି.ଏମ୍. ଟିଡିସିସି ରାୟଗଡ, ଏ.ଆର୍.ସି.ଏସ୍ ରାୟଗଡ, ଆର୍.ଏମ୍.ସି. ସଚିବ, ରାୟଗଡ, ଜିଲ୍ଲା ପରିଚାଳକ ଶ୍ରୀ ଅନ୍ନ ଅଭିଯାନ, ଅତିରିକ୍ତ ଜିଲ୍ଲା ସଂଯୋଜକ, ସେକ୍ରେଟେରୀ ଓ.ପି.ଡି.ଏସ୍.ସି., ବ୍ଳକ ସଂଯୋଜକ, LAMPCS, Rayagada, MPCS Rayagada, ଏବଂ CRP ଏବଂ କୃଷକ ପ୍ରମୁଖ ଯୋଗ ଦେଇଥିଲେ lଉଦ୍ଘାଟନୀ ଉତ୍ସବରେ ପାଞ୍ଚ ଜଣ ଚାଷୀଙ୍କ ଠାରୁ ୨୧ କ୍ୱିଣ୍ଟାଲ୍ ମାଣ୍ଡିଆ କ୍ରୟ କରାଯାଇଛି। ଚଳିତ ବର୍ଷ ପାଇଁ ୮୩,୫୦୦ କ୍ୱିଣ୍ଟାଲ୍ ମାଣ୍ଡିଆ କ୍ରୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧,୫୨୭ କୃଷକ ମାଣ୍ଡିଆ କ୍ରୟ ନିମନ୍ତେ ସେମାନଙ୍କର ପଞ୍ଜୀକରଣ କରିଛନ୍ତି। କୃଷକ ପଞ୍ଜୀକରଣ ପାଇଁ ଅନ୍ତିମ ତାରିଖ ହେଉଛି ଜାନୁୟାରୀ ୩୧, ୨୦୨୫ ହୋଇଥିବାବେଳେ ମାଣ୍ଡିଆ କ୍ରୟ ମାର୍ଚ୍ଚ ୩୧, ୨୦୨୫ ପର୍ଯ୍ୟନ୍ତ ଜାରି ରହିବ |
ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡ଼ିଶା ଖାବର


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ