ଗଂଜାମ( ଆମ ଓଡିଶା ଖବର)ଜିଲ୍ଲା ପିତଳ ଓ ବ୍ରାହ୍ମଣ ଛାଇ ମୈାଜା ଵେନିୟମ ବାଲିଘାଟରୁ ଦିନରାତି ବେଧଡକ ବାଲି ଚୋରା ଚାଳଣ ଚାଲିଛି । ଏଠି ବିଭାଗୀୟ ଅଧିକାରୀ ହୋଇଛନ୍ତି ଧ୍ରୃତରାଷ୍ଟ୍ର । ହେଲେ ବେଆଇନ ବାଲିଘାଟରୁ ଦୈନିକ ଶହଶହ ଗାଡିର ବାଲି ଚୋରାଚାଳଣ ସ୍ପଷ୍ଟ ଦିବାଲୋକରେ ହେଉଥିଲେ ମଧ୍ୟ ବାବୁମାନେ ବିଲେଇ ଆଖି ବୁଜି ଖିର ପିଆ ନିତିରେ ରହିଛନ୍ତି ।ଏଠି ଅସୁରକ୍ଷିତ ରହିଛନ୍ତି ଗାଁ ଲୋକେ , ଗାଁ ରାସ୍ତାରେ ଗଡୁଛି ଦୈନିକ ଶହଶହ ବାଲିବୋଝୋଇ ଗାଡି । ବିନା ଓ୍ବାଇ ଫାର୍ମରେ ଶହଶହ ବାଲି ବୋଝେଇ ହାଇଓ୍ବା ରୋଡ଼ ରେ ଯାଉଥିଲେ ମଧ୍ୟ କୌଣସି କଟକଣା ନାହିଁ କି ଜନଗହଳି ପୁର୍ଣ୍ଣ ଦିବାଲୋକରେ ଜାତୀୟ ରାଜପଥରେ ବାଲିଗାଡିରୁ ବାଲି ଉଡି ଆଖିରେ ପଶିଲେ ଜନତାଙ୍କ ଗୁହାରୀ କେହି ଶୁଣିବାରେ ନାହିଁ ତେବେ ବିନା ଲିଜଧାରୀଙ୍କ ପାଇଁ ଋଷିକୂଲ୍ୟା ନଦୀର ବାଲି ସୁନା ପାଲିଟିଲା ବେଳେ ବିଭାଗୀୟ ଅଧିକାରୀଙ୍କ ରାଜସ୍ବ ଆଦାୟ କୋମାରେ ଚାଲିଛି । ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ପିତ୍ତଳ ରାଜସ୍ବ ଗ୍ରାମରେ ଦେଖିବା ମିଳିଛି । ସୁଚନାପ୍ରକାର ଶହ ଶହ
ବାଲି ବୋଝେଇ ଗାଡିରେ ବେନିୟମ ବାଲିଘାଟରୁ ଚୋରାଚାଳଣ ହେଉଛି । ଗୁଡିସର ମୌଜାରେ ଝୁଲୁଛୁ ପାକିଡି ବାଲିଘାଟର ଫଳକ । ଋଷିକୂଲ୍ୟା ନଦୀର ପିତ୍ତଳ ରାଜସ୍ବ ଇଲାକାରୁ ବେଆଇନ ବାଲିଘାଟରୁ କାର୍ଯ୍ୟ ଦୈନିକ ଚାଲିଛି । ବେଆଇନ ଭାବେ ବାଲିଉଠାଣ ହୋଇ ଶହଶହ ବାଲିବୋଝୋଇ ଗାଡିର ଚଳାଚଳ ଚାଲିଛି । ଏହି ଚଳାଚଳ ବନ୍ଦ କରିବା ନେଇ ନିକଟସ୍ଥ ଗାଁରେ ଅଭିଯୋଗ ହେଉଛି । ବାଲିବୋଝୋଇ ହାଇଓ୍ବା ,ଟିପର ,ଓ ଟ୍ରାକ୍ଟର ଚଳାଚଳରେ ଚାଷୀ ,ସ୍କୁଲ ଛାତ୍ରଛାତ୍ରୀ ,ମହିଳାଙ୍କ ସହିତ ବୟୋଜ୍ୟେଷ୍ଠ ବୃଦ୍ଧା ଓ ସାଧାରଣଜନତାଙ୍କ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ଲାଗିଛି । ଯାହା ଫଳରେ ଗାଁରେ ରହିଥିବା ଅସୁବିଧାକୁ ନେଇ ସ୍ଥାନୀୟ ଲୋକମାନେ ଆଜି ବେଆଇନ ବାଲିଘାଟରୁ ବାଲି ଉଠାଣ ସମ୍ପୂର୍ଣ୍ଣ ବନ୍ଦ ପାଇଁ ରାସ୍ତାକୁ ଆସିଥିଲେ । ବାଲିବୋଝୋଇ ଗାଡିଚଳାଚଳ ବନ୍ଦ ଡାକରା ଦେଇଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ଅପେକ୍ଷା କରିଥିବା ବେଳେ ସାମାନ୍ୟ ଚାପା ଉତ୍ତେଜନା ଲାଗି ରହିଥିଲା । ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।