କାଶୀପୁର /ରାୟଗଡ(ଆମ ଓଡିଶା ଖବର )/୨୭-୦୧-୨୦୨୫ : ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାvୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର,ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ ଖେମୁଣ୍ଡୁ, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ,ଜିଲ୍ଲାମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ଲାଲମୋହନ ରାଉତରାୟ,ପିଏ ପିଏଆଇଟିଡ଼ିଏ ଚନ୍ଦ୍ର କାନ୍ତ ନାୟକ,ସମିତି ଅଧ୍ୟକ୍ଷ, କଣ୍ଠମାଝି, ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l ଆଜି ମୋଟ ୯୫ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୫୬ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ
୩୯ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ୩ ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୩୫୦୦୦/-ଟଙ୍କା ପ୍ରଦାନ କରିଛନ୍ତି l ଜିଲ୍ଲାପାଳ ୭ଟି ଅଭିଯୋଗ ତତକ୍ଷଣତ ଫଇସଲା କରିଛନ୍ତି l ଏହି ଅଭିଯୋଗ ଶିବିରରେ ଜିଲ୍ଲା ମୁଖ୍ୟ କୃଷି ଅଧକାରୀ, ବିଷ୍ଣୁ ପ୍ରସାଦ କର,ଉଦ୍ୟାନ କୃଷି ଉପନିର୍ଦେଶକ ଦୟାନିଧି ରାଉତ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜିଲ୍ଲାସାମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ମତ୍ସ୍ଯ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅlଲେନୁର, ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ,ସମେତ କାଶୀପୁର ବିଡ଼ିଓ ଶ୍ରୀ ତନ୍ମୟ ପlତ୍ର,ତହସିଲଦାର ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
।


More Stories
ଲାଞ୍ଚ ନେଇ ହଳଦିଆ ସ୍ୱାସ୍ଥ୍ୟ କର୍ମୀ ୧୦୦୦ ଟଙ୍କା ନେଇ ଭିଜିଲାନ୍ସ ଦ୍ୱାରା ବନ୍ଧା ହେଲେ।
ଯୁକ୍ତ ଦୁଇ ପରୀକ୍ଷାରେ ସଫଳତା ପାଇଲେ ହିମାଂଶୁ
ଜଣାଶୁଣା ସମାଜସେବୀଙ୍କ ପରଲୋକ