ଗଞ୍ଜାମ ( ଆମ ଓଡିଶା ଖବର) ୨୮/୦୧/୨୦୨୫ ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ପଞ୍ଚାୟତ ଅଧୀନ କେନ୍ଦୁପଦର ଶଙ୍ଖ ଉପରେ ଅଜଣା ଗାଡ଼ି ଧକ୍କା ଦେଇ ଚମ୍ପଟ ମାରିଛି।ଖବର ସଂଗ୍ରହ ବେଳକୁ କେନ୍ଦୁପଦର ବାସିନ୍ଦା କହିବାନୁଯାୟୀ ବାଲି ବୋଝେଇ ହାଇୱ।ଟି କେନ୍ଦୁପଦର ନଦୀ ରୁ ବାଲି ନେଇ ଶଙ୍ଖ ଅତିକ୍ରମ କରୁଥିବା ବେଳେ ସମାନ ପଟୁ ଅର୍ଥାତ ଚେର ମାରିଆ ପଟୁ ଏସ୍କିଲ ଚାଳକ ଫେରୁଥିଲା। ଶଙ୍ଖ ଉପରେ ଧକ୍କା ଦେଇ ଚମ୍ପଟ ମାରିଛି। ଘଟଣା ସ୍ଥଳରେ ଯୁବକ ଜଣକ ର ମୃତୁ ହୋଇଛି।ଯୁବକ ଜଣକ ଦୁନିଆ ପରିଡ଼ା ବୟସ ୨୮, ପି- ଧନୁ ପରିଡ଼ା ମଣ୍ଟାପଡା ବାସିନ୍ଦା ବୋଲି ଜଣାପଡିଛି। ଶଙ୍ଖ ଉପରେ ମୃତ ଶରୀରର ପଡ଼ିଥିବା ବେଳେ ମୃତ ଯୁବକ ବାପା ଓ ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଁଚି ଥିଲେ। କୋଟି ନଡ଼ା ଥାନା ଅଧିକାରୀ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ସଦଳବଳେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଶବକୁ ଜବତ କରି ଆସିକା ସ୍ଥିତ ବ୍ୟବଚ୍ଛେଦ ଗୃହ କୁ ପଠାଇଥିଲେ। ସ୍ଥାନୀୟ ବାସିନ୍ଦାମାନେ କହିବାନୁଯାୟୀ ବେଆଇନ୍ ବାଲି ଉତ୍ତୋଳନ କରି ଉକ୍ତ ଘାଟରୂ ଶହ ଶହ ହାଇୱ। ଚାଲାଣ ହେଉଛି ।ଏହି ଘାଟ ରୁ ଦୈନିକ ଚାଲାଣ ହେଉଛି ଶହ ଶହ ହାଇୱ। ( ବିନା ନିଲାମ ଘାଟ) ଓଭର ଲୋଡ ଯୋଗୁଁ ଶଙ୍ଖ ଏବଂ ରାସ୍ତା ଘାଟ ନଷ୍ଟ ହେଲାଣି ଏମିତି କି ପୂର୍ବ ସରକାର ଥିବା ସମୟରେ କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥା ଶଙ୍ଖ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରିଥିବାରୁ ଶଙ୍ଖ ର ସ୍ଳାବ ନଷ୍ଟ ହୋଇ ଗୋଡ଼ି ବାହାରୀ ଗଲାଣି। ଘଟଣା ସ୍ଥଳରେ ସାମାନ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ଘଟଣା ଟି ସନ୍ଧ୍ୟା ସମୟରେ ଘଟିଥିବାରୁ ଅତ୍ୟଧିକ ଭିଡ଼ ନଥିବା ପରିଲକ୍ଷିତ ହେଉଥିଲା।ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ବେଆଇନ୍ ବାଲି ଚାଲାଣ ବନ୍ଦ କରାଯାଇ ଦୈନନ୍ଦିନ ଦୃଘଟଣା ରୋକିବା ନିହାତି ଆବଶ୍ୟକ ମନେହେଉଛି ବୋଲି ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି।
ଅଜଣା ଗାଡ଼ି ଧକ୍କାରେ ଏକ୍ସିଲ ଚାଳକ ଘଟଣା ସ୍ଥଳରେ ମୃତ l

More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l