ଧର୍ମଗଡ଼ ( ଆମ ଓଡ଼ିଶା ଖବର)ଗୋଲାମୁଣ୍ଡା ଥାନା ଫୁଣ୍ଡା ପଞ୍ଚାୟତ ଡୋକ୍ରିପଡା ନିକଟରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।ଓଡ଼ି ୦୮ କେ ୪୧୭୫ ନାମକ ପିକଅପ ଭ୍ୟାନରେ ୬୦ ରୁ ଅଧିକ ଶ୍ରମିକ ବୋରଗୁଡା ଗ୍ରାମରୁ ଧାନ ରୋଇ ଫେରିବା ସମୟରେ ଡୋକ୍ରିପଡା ନିକଟରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲ।ସ୍ଥାନୀୟ ଲୋକ ଗୁରୁତର ମାନଙ୍କୁ ଉଦ୍ଧାର କରି ଧର୍ମଗଡ, ଜୁନାଗଡ଼ ଓ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପ୍ରାପ୍ତ ସୂଚନା ଅନୁଯାୟୀ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଗୁରୁତର ହୋଇଛନ୍ତି। ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏବଂ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ ରବିବାର ସନ୍ଧ୍ୟା ୮ ଟା ସମୟରେ ଜୁନାଗଡ ହସ୍ପିଟାଲ ରେ ପହଞ୍ଚି ଆହତ ବ୍ୟକ୍ତି ବିଶେଷ ମାନଙ୍କ ଓ ସେମାନଙ୍କ ର ପରିଜନ ସହ ଆଲୋଚନା କରି ସମସ୍ତ ଗୁରୁତର ଆହତଙ୍କ ର ସ୍ଥିତି କୁ ଅନୁଧ୍ୟାନ କରି ଅତିଗୁରୁତର ଆହତ ବ୍ୟକ୍ତି ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଇଲେ ।
ପିକଅପ ଭ୍ୟାନ ଓଲଟି ୨ ମୃତ ,ଅନେକ ଗୁରୁତର ।

More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l