ଯୋଗାଣ ସାମଗ୍ରୀ ବଣ୍ଟନ ନେଇ ଗ୍ରାମବାସୀଙ୍କ ବ୍ଲକ ଘେରାଉ ।

ଖୋର୍ଦ୍ଧା : (ଆମ ଓଡ଼ିଶା ଖବର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ବାଙ୍କୋଇଦେଶ ପଞ୍ଚାୟତର କନ୍ତୋଇଲୋ ଗ୍ରାମରେ ଯୋଗାଣ ସାମଗ୍ରୀ ବଣ୍ଟନ ପାଇଁ ଗ୍ରାମବାସୀମାନେ ସୋମବାରଦିନ ବୋଲଗଡ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଘଟଣାରୁ ପ୍ରକାଶ ଯେ, କନ୍ତାଇଲୋ ଗ୍ରାମର ଦୀର୍ଘ ୨୫ବର୍ଷ ଧରି ଖାଉଟି ସାମଗ୍ରୀ ସୁବିଧାରେ ହିତାଧିକାରୀମାନଙ୍କୁ ରିଟେଲର ଦୁର୍ଯ୍ୟୋଧନ ପ୍ରଧାନ ଯୋଗାଇ ଆସୁଥିଲେ । ତାଙ୍କର ଗତ ୧୨ତାରିଖ ଦିନ ଅକାଳ ବିୟୋଗ ଘଟିବାରୁ ଏହି ଦାୟିତ୍ୱ ବାଙ୍କୋଇ ପଞ୍ଚାୟତକୁ ହସ୍ତାନ୍ତର କରିବାପାଇଁ ବ୍ଲକ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏହି ଖବରପାଇ କନ୍ତୋଇଲୋ, ହରେକୃଷ୍ଣପୁର ଓ ଦୂର୍ଗାପୁର ୩ଟି ମୈାଜାର ୨୯୦ଟି ଖାଉଟିକାର୍ଡ ପରିବାରର ବାରଶହରୁ ଉର୍ଦ୍ଧ ହିତାଧିକାରୀ ମହିଳା ଓ ପୁରୁଷ ବିଭିନ୍ନ ଗାଡିମୋଟର ଯୋଗେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ପଞ୍ଚାୟତକୁ ନଦେବାପାଇଁ ଲିଖିତ ଅଭିଯୋଗ କରିଥିଲେ । ବିଡିଓ ଶରତ ମଲ୍ଲିକ ଓ ଯୋଗାଣ ଅଧିକାରୀ ଆସନ୍ତା ମଙ୍ଗଳବାର ଦିନ ଗ୍ରାମକୁ ଯାଇ ଏହାର ସମାଧାନ କରିବାପାଇଁ ପ୍ରତିସୃତି ଦେବାପରେ ଆନ୍ଦୋଳନ କାରୀମାନେ ଆନ୍ଦୋଳନରୁ ଓହରିଥିଲେ । ଗ୍ରାମର ପ୍ରମୋଦ ନାୟକ,ଶ୍ରଦ୍ଧାଞ୍ଜଳୀ ସୁନ୍ଦରାୟ, ରଶ୍ମିରଞ୍ଜନ ସାମନ୍ତ ସିଂହାର, ରବୀନ୍ଦ୍ର କୁମାର ସାମନ୍ତରାୟ, ଅରୁଣ ଶତପଥୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା

error: Content is protected !!