ସାଧାରଣ ରାସ୍ତା ଅବରୋଧ ପ୍ରତିବାଦରେ ତହସିଲ ଘେରାଉ କଲେ ଚଟୁଆ ଗ୍ରାମବାସୀ ।

ଖୋର୍ଦ୍ଧା : (ଆମ ଓଡ଼ିଶା ଖବର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତହସିଲ ସମ୍ମୁଖରେ କଡବ ପଞ୍ଚାୟତ ଚଟୁଆ ଗ୍ରାମର ଗ୍ରାମବାସୀମାନେ ସରକାରୀ ରାସ୍ତା ଅବରୋଧ କରି ଦୁଇଟି ପରିବାର ଜବର ଦଖଲ କରି ପକ୍କାଘର ନିର୍ମାଣ କରିବାକୁ ବିରୋଧକରି ଘେରାଉ କରିଥିଲେ । ଘଟଣାରୁ ପ୍ରକାଶଯେ, ଚଟୁଆ ବଜାର ଠାରୁ ଡିଙ୍ଗରକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ପାଶ୍ୱର୍ରେ ଗ୍ରାମର ବିଜୟ କୁମାର ସାହୁ , ରତ୍ନାକର ମହାରଣା, ପ୍ରସନ୍ନ କୁମାର ସାହୁ ପ୍ରମୁଖ ଖାତା ନଂ-୩୦୮ , ପ୍ଳଟ ନଂ-୩୭୯ ଜବର ଦଖଲ କରି ରାସ୍ତାକୁ ମଡାଇ ପକ୍କାଘର ନିର୍ମାଣକରିଛନ୍ତି । ଏହା ବିରୁଦ୍ଧରେ ଦୀର୍ଘ ୨ମାସ ଧରି ବୋଲଗଡ଼ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ ଓ ଜିିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କୈାଣସି ପଦକ୍ଷେପ ନେଉନାହିଁ । ଏହା ବିରୁଦ୍ଧରେ ସୋମବାର ଦିନ ଚଟୁଆ ଗ୍ରାମର ସଞ୍ଜୟ କୁମାର ସାହୁ, ହେମନ୍ତ କୁମାର ସାହୁ, ବ୍ରଜ ମୁଦୁଲି, କାଶୀନାଥ ସାହୁ, ଗଦାଧର ମହାରଣା, ଗଦାଧର ମୁଦୁଲି,ସୁରେନ୍ଦ୍ର ସାହୁ,ଭରତ ମୁଦୁଲିଙ୍କ ସମେତ ବହୁଗ୍ରାମବାସୀ ତହସିଲ ସମୁଖରେ ଆନ୍ଦୋଳନ କରିଥିଲେ । ଏସଂକ୍ରାନ୍ତରେ ତହସିଲଦାର ବିଜୟ କୁମାର ସେଠୀ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଖୁବ୍ ଶିଘ୍ର ଚୁପ କରି ପଦକ୍ଷେପ ନେବେ ବୋଲି ପ୍ରତସୃତି ଦେବାପରେ ଗ୍ରାମବାସୀମାନେ ଆନ୍ଦୋଳନରୁ ଓହରିଥିଲେ ।

ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା

error: Content is protected !!