ରାୟଗଡ଼ା ରୁ (ଆମ ଓଡିଶା ଖବର )/୧୮/୨ : ଭାରତୀୟ ମହିଳା ଖୋ ଖୋ ଦଳ ଇତିହାସ ରଚିଛନ୍ତି। ନୂଆଦିଲ୍ଲୀର ସ୍ଥାନୀୟ ଇନ୍ଦିରା ଗାନ୍ଧି ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ବିଶ୍ବକପ୍ର ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି। ଫଳରେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଛି। ଫାଇନାଲ୍ରେ ନେପାଳକୁ ହରାଇ ଏହି ସଫଳତା ପାଇଛି ଭାରତୀୟ ଖୋ ଖୋ ଦଳ ।ଭାରତୀୟ ମହିଳା ଦଳରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାଗାଇ ମାଝୀ ସାମିଲ ହୋଇଥିଲେ। ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ମlଗାଇ ମlଝିଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଦିତ କରିଥିଲେ ଓ ଆଗାମୀ ଭବିଷ୍ୟତ ମଙ୍ଗଳ କାମନା କରିଥିଲେ l ରାୟଗଡା ଭଳି ଉପାନ୍ତ ଜିଲ୍ଲାର କାଶୀପୁର ବ୍ଲକର ଜଣେ ଝିଅ ଖୋ ଖୋ ଭାରତୀୟ ମହିଳା ଦଳରେ ସାମିଲ ହୋଇ ପ୍ରଥମ ବିଶ୍ୱକପରେ ଖେଳିଥିବାରୁ ସେ ଦେଶ, ରାଜ୍ୟ ଏବଂ ଆମ ଜିଲ୍ଲାକୁ ଗୌରବନ୍ୱିତ କରିଥିବାରୁ ଅଭିନନ୍ଦନୀୟ ବୋଲି ଜିଲ୍ଲାପାଳ କହିଛନ୍ତି |
ସୁଶ୍ରୀ ମlଗାଇ ମାଝୀ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ କସନାଦରା ଗ୍ରାମର ଦାମୁ ମାଝୀ ଏବଂ ବୁଧବାରୀ ମାଝୀଙ୍କ ଝିଅ ମାଗାଇ।ସେ ଭୁବନେଶ୍ବର ସ୍ଥିତ କିସ୍ ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସହ ଖୋଖୋ ଖେଳର ପ୍ରଶିକ୍ଷଣ ନେଉଥିଲେ।ଫଳରେ ଦୀର୍ଘ ବର୍ଷର ସଂଙ୍ଘର୍ସ ପରେ ଖୋ ଖୋ ଭାରତୀୟ ଦଳରେ ଖେଳିବା ସହ ବିଶ୍ବଦରବାରରେ ସୁନାମ କରିଛନ୍ତି। କଠିନ ପରିଶ୍ରମ ହିଁ ସଫଳତା ଦେଇଥାଏ ବୋଲି ଖେଳାଳି ମlଗାଇ ମାଝୀ କହିଛନ୍ତି | ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ଓ ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ l
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର.
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।