ବିଧାୟକ, ବ୍ଲକ ଅଧ୍ୟକ୍ଷା ଓ ଜନପ୍ରତିନିଧିମାନଙ୍କ ଅନୁପସ୍ଥିତିରେ ସାଂସଦଙ୍କ ରୁଦ୍ଧ ଦ୍ୱାର ସମୀକ୍ଷା ବୈଠକ ।

ଖୋର୍ଦ୍ଧା : (ଆମ ଓଡ଼ିଶା ଖବର) ସାଧାରଣ ନିର୍ବାଚନକୁ ୮ମାସ ବିତିଯାଇଥିବାବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସାଂସଦୀୟ କ୍ଷେତ୍ର ଅର୍ନ୍ତଗତ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ଗୁରୁବାର ଦିନ ପ୍ରଶାସନିକସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ବ୍ଲକ କାର୍ଯ୍ୟାଳୟସ୍ଥ ରାଜୀବଗାନ୍ଧୀ ସେବାକେନ୍ଦ୍ରସ୍ଥ ସମ୍ମୀଳନୀ କକ୍ଷରେ କରିଥିଲେ ।

ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଡବଲ ଇଞ୍ଜିନ ଭାବେ ଭାରତୀୟ ଜନତାପାର୍ଟି ସରକାର ଶାସନ ଗାଦିରେ ଥିବାବେଳେ ଆଗାମୀ ଜନହିତକର କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଉପସ୍ଥିତ ଥିବା ବିଭିନ୍ନ ଲାଇନ ଡିାପର୍ଟମେଣ୍ଟର ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ସହିତ କିଭଳି ଭାବେ ଜନସାଧାରଣଙ୍କ ନିକଟରେ ସୁବିଧାରେ ସରକାରଙ୍କ ବିକଶିତ କାର୍ଯ୍ୟକ୍ରମ ପହଞ୍ଚିପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଦିନ ୧୧ଟା ସମୟରେ ଏହି ବୈଠକ ଆରମ୍ଭ ହେବାର ଥିବାବେଳେ ଦୁଇ ଘଣ୍ଟା ଡେରିରେ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀ କକ୍ଷ ଓ ସେବାକେନ୍ଦ୍ରର ମୁଖ୍ୟ ଫାଠକ ବନ୍ଦ କରାଯାଇ କୈାଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା ଅଭିଯୋଗ କରିବାକୁ ଆସିଥିବା ବହୁ ଜନସାଧାରଣଙ୍କୁ ପ୍ରବେଶପାଇଁ ସମ୍ପୁର୍ଣ୍ଣ ଭାବେ ମନା କରାଯାଇଥିଲା ।

ଏହାକୁ ନେଇ ବୋଲଗଡ ପେସ୍ କ୍ଲବର ସଭାପତି ପ୍ରସନ୍ନ କୁମାର ସ୍ବାଇଁ , ପ୍ରେସ କ୍ଲବ ପୁର୍ବତନ ସଭାପତି ଗଙ୍ଗାଧର ଦାଶ ,ଦିଲୀପ କୁମାର ଚୌଧୁରୀଙ୍କ ସମେତ ବହୁ ସାମ୍ବାଦିକ , ଅନେକ ସାଧାରଣ ଜନତା ଏହାର ବିରୋଧ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଡିଓ ଶରତ ମଲ୍ଲିକ, ଏବିଡିଓ ରତିକାନ୍ତ ମିଶ୍ର, ପଞ୍ଚାୟତିରାଜ ସହକାରୀ ଯନ୍ତ୍ରୀ ଅମୂଲ୍ୟବାହିନୀପତି, ଯୋଗାଣ ଅଧିକାରୀ ସିର୍ଦ୍ଧାର୍ଥ ସାହୁ, ମହିଳା ଶିଶୁ ବିକାଶ ଅଧିକାରିଣୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବାବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ,ଉପାଧ୍ୟକ୍ଷ,ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲାପରିଷଦର ସଭ୍ୟମାନଙ୍କ ଅନୁପସ୍ଥିତ ଥିବା ଦେଖାଯାଇଥିଲା । ଏହା ପୂର୍ବରୁ ମାନନୀୟ ସାଂସଦ ଶ୍ରୀମତୀ ଷଡଙ୍ଗୀ ବ୍ଲକ ସମ୍ମୁଖରେଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଭାରତୀୟ ଜନତାପାର୍ଟିର କର୍ମୀ ଓ ଛାମୁଆ ସଙ୍ଗଠନ ନେତାମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବ୍ଲକ ମହିଳା ମହାସଂଘର ଏମ୍‌ବିକେ, ବ୍ୟାଙ୍କମିତ୍ର, ସିଆରପିି, ପ୍ରାଣିମିତ୍ର, କୃଷିମିତ୍ର ଏବଂ ଏସଏଚଜିର ଶତାଧିକ ସଦସ୍ୟାମାନେ ଯୋଗଦେଇଥିଲେ । ଦିର୍ଘ ୨ଘଣ୍ଟାକାଳ ଏହିସଭା ଆୟୋଜନ ହୋଇଥିବାବେଳେ ସକାଳୁ ଅଖିଆ ଅପିଆ ଏହି ସ୍ୱୟଂସାହୟିକାଗୋଷ୍ଠୀର ମହିଳାମାନେ ସଭାରେ ଯୋଗଦେଇଥିଲେ ।

ପ୍ରାୟ ୭ଶହରୁ ଉର୍ଦ୍ଧ ଦଳୀୟ କର୍ମ ଓ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିବାବେଳେ ମାତ୍ର ସ୍ୱଳ୍ପ ପରିମାଣର ଜଳଖିଆ ପ୍ୟାକେଟ ବଣ୍ଟନ ହୋଇଥିବାବେଳେ ଅଧିକାଂଶ ମହିଳାମାନେ ପ୍ୟାକେଟ ପାଇନଥିଲେ । ଏହାକୁ ନେଇ ଉତ୍ତ୍ୟକ୍ତ ମହିଳାମାନେ ପାଟିତୁଣ୍ଡ ଓ ହୋହାଲ୍ଲା କରିବା ସହିତ ତଥାକଥିତ ବିଜେପି ନେତା ଆର୍ତ୍ତବନ୍ଧୁ ପ୍ରଧାନଙ୍କୁ ଘେରାଉ କରିରଖିଥିଲେ । ଏହି ଘଟଣାକୁ ନେଇ ବୋଲଗଡ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଓ ବିଜେପିର ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଅସହଯୋଗ କରିବାପାଇଁ ଏସଏଚଜିର ଗୋଷ୍ଠୀମାନେ ପ୍ରତ୍ୟେକ୍ଷରେ ଧମକ ଦେଇଥିବାର ଦେଖିବାକୁ ମିଳିଛି ।

ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା

error: Content is protected !!