କାହ୍ନା ଚାରିଟେବୁଲ ଟ୍ରଷ୍ଟ ର ୫ମ ତମ ପ୍ରତିଷ୍ଠା ଦିବସ ଓ ସାମୁହିକ ବିବାହ କାର୍ଯ୍ୟକ୍ରମ ବ୍ରହ୍ମପୁର ଗାୟତ୍ରୀ ଭବନ ଠାରେ ଅନୁଷ୍ଠିତ ।।

ଗଞ୍ଜାମ:( ଆମ ଓଡିଶା ଖବର)ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 5ମ ପ୍ରତିଷ୍ଠା ଦିବସ ଓ ଗଣ ବିବାହ କାର୍ଯ୍ୟକ୍ରମ ଆଜି ବ୍ରହ୍ମପୁର ଗାୟତ୍ରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଜେଡି ଦଳର ପ୍ରତିନିଧି ଚୌ ପଟ୍ଟନାୟକ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥିଭାବେ ଶ୍ରୀ ଚନ୍ଦ୍ର ଶେଖର ସାହୁ, ବିକ୍ରମ କୁମାର ପଣ୍ଡା, ସୁଭାଷ ମହାରଣା , ଆଡଭୋକେଟ ସନ୍ତୋଷ କୁମାର ମହାନ୍ତି, ବଲିବୁଡ ଏକ୍ଟର ତୁଷାର ବେଦୀ,ମମତା ବାଜପେୟୀ ଏବଂ ଅନନ୍ୟ ଅତିଥିମାନେ ଉପସ୍ଥିତ ରହିଥିଲେ । ଦୀର୍ଘ ପାଞ୍ଚ ବର୍ଷ ଧରି ବହୁ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ନିଃସ୍ବାର୍ଥପର ଭାବେ ଏହି ଟ୍ରଷ୍ଟ କରି ଆସୁଛି। ସମାଜର ଅବହେଳିତ ,ଆର୍ଥିକ ଅନଗ୍ରସର ଓ ଆବାଳ ବୃଦ୍ଧ ବନିତା ମାନଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଏକ ସୁସ୍ଥ ସମାଜ ଗଠନ ତଥା ବନ୍ଧୁତା ସ୍ଥାପନ ଏହି ସଂସ୍ଥା ଗଠନ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ପ୍ରକାଶ କରିଛନ୍ତି।

ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆର୍ଥିକ ଅନଗ୍ରସର ଆଠ ଗୋଟି ଦମ୍ପତିଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରର ଅନୁରୋଧ କ୍ରମେ ଏହି ଗଣ ବିବାହ ଉତ୍ସବ ଅନୁଷ୍ଠିତ କରାଯାଇଥିଲା। ଉଭୟ ବର ଓ କନ୍ୟା ପକ୍ଷର ଅତିଥି ମାନଙ୍କ ଗହଣରେ ଭୋଜି ଭାତ ର ଆସର ଓ ବାଜା ବାଜଣ ସହ ବହୁ ଆଡ଼ମ୍ବରରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥି ସହିତ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ପାଳନ ଅବସରରେ ସମାଜ ସେବାରେ ଅଗ୍ରଣୀ ଭୂମିକା ନିଭାଇଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

ଉକ୍ତ ଉତ୍ସବରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ସମାଜ ସେବୀ, ଲୋକ ପ୍ରତିନିଧି ଯୋଗଦାନ କରି ନବ ଦମ୍ପତି ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ କାହ୍ନା ଚାରିଟେବୁଲ ଟ୍ରଷ୍ଟ ର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ। ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ନେତୃତ୍ୱରେ ଟ୍ରଷ୍ଟ ର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

ଟ୍ରଷ୍ଟ ସଦସ୍ୟ ସଦସ୍ୟା ମାନଙ୍କ ନିଷ୍ଠାପର ସେବା ମନୋବୃତି, ଆର୍ଥିକ ଅନୁଦାନ ଏବଂ ଶ୍ରମଦାନ ଜନ ସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ମାନେ ଯୋଗଦାନ କରି ନବ ବିବାହିତ ଦମ୍ପତି ଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ କାହ୍ନା ଚାରିଟେବୁଲ ଟ୍ରଷ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଏହି ମହତ କାର୍ଯ୍ୟ ପାଇଁ ଧନ୍ୟବାଦ୍ ଜ୍ଞାପନ କରିବା ସହ ଆଗକୁ ଏହି ଟ୍ରଷ୍ଟ ଅଧିକରୁ ଅଧିକ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରେରଣା ଦେଇଥିଲେ। ବିବାହ କାର୍ଯ୍ୟକ୍ରମ ଶେଷରେ ବର ଓ କନ୍ୟା ମାନଙ୍କୁ ଟ୍ରଷ୍ଟ ପକ୍ଷରୁ ଶୁଭ।ଶ୍ରୀବାଦ ସହ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରି ବିଦା କରାଗଲା ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!