ମଠସରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ରିପୋର୍ଟ :ଦେବାଶିଷ ମହାରଣା

କୋଦଳା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠସରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଗୁନିଆପଡା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକରିଣୀ ଶ୍ରୀମତୀ ଜ୍ୟୋତିର୍ମୟୀ ନନ୍ଦ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପିଲାଙ୍କ ଭବିଷ୍ୟତ ଗଠନ ଦିଗରେ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ | ମୁଖ୍ୟବକ୍ତା ଭାବେ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର,ସନମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଆଇ.ପି. ଇ ଶ୍ରୀ ଭାଗିରଥି ସ୍ୱାଇଁ,ବ୍ରହ୍ମପୁର ସିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନକ କୁମାର ମାଝୀ, ସିଆରସିସି ଶ୍ରୀ ଆଶିଷ କୁମାର ସ୍ୱାଇଁ, ଶ୍ରୀ ଅଶ୍ୱିନୀ ପ୍ରହରାଜ, ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦେଶ୍ନ| ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଶିକ୍ଷଣୀୟ ବାର୍ତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ | ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନଙ୍କ ଅତି ପ୍ରିୟ ଶ୍ରୀ ବିଜୟ କୁମାର ସେଠି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ | ଶିକ୍ଷକ ଶ୍ରୀ ଅଶ୍ୱିନୀ ପ୍ରହରାଜଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶ୍ରୀମତୀ ମନ୍ଦାକିନୀ ମିଶ୍ର, ଶ୍ରୀମତୀ ଶର୍ମିଷ୍ଠା ପାତ୍ର, ଶ୍ରୀମତୀ ସୁଜାତା ନାୟକ,ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଶ୍ରୀମତୀ ରଶ୍ମିତା ଦାସ,ଶିକ୍ଷକ ବାଳକୃଷ୍ଣ ମାହାନ୍ତି,ଶ୍ରୀ ମାନସ ରଞ୍ଜନ ପଣ୍ଡା,ଶ୍ରୀ ସୁଶାନ୍ତ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ | ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ପରେ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ |

error: Content is protected !!