ଗଞ୍ଜାମ:ଆମ ଓଡ଼ିଶା ଖବର )କବିସୂର୍ଯ୍ୟନଗର ଆଇବି ଛକ ସ୍ଥିତ ପ୍ରଭୁପ୍ରୀତ୍ ଭବନ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, କବିସୂର୍ଯ୍ୟନଗର ତରଫରୁ ୮୯ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳନ କରାଯାଇଛି।ଆସ୍କା ଶାନ୍ତି ଶକ୍ତି ଭବନ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ସଂଚାଲିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଦିଦି ଙ୍କ ତତ୍ତ୍ଵାବଧାନରେ ପ୍ରଦୀପ ପ୍ରଜ୍ୟୋଳନ ପୂର୍ବକ ଏହି ଉତ୍ସବ ପାଳିତ ହୋଇ ଯାଇଛି।

କବିସୂର୍ଯ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଚେୟପରସନ୍ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସେଠୀ ମହୋଦୟା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ।ସା ବିଦ୍ୟା ଜା ବିମୁକ୍ତୟେ ଅର୍ଥାତ୍ ଯେଉଁ ବିଦ୍ୟା ମୁକ୍ତିର ଦ୍ଵାର ଖୋଲିଥାଏ ତାହା ହିଁ ବିଦ୍ୟା ଯାହା ଏହି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ପରମ ପିତା ଶିବ ହିଁ ଦେଇଥାନ୍ତି ବୋଲି ମତ ବ୍ୟକ୍ତ କରିଥିଲେ।ରାଜଯୋଗିନୀ ପ୍ରଭାତୀ ଦିଦି ଶିବ ଜୟନ୍ତୀ ପାଳନର ଆଧ୍ୟାତ୍ମ ରହସ୍ୟ ଉନ୍ମୋଚନ କରିଥିଲେ।ଏହି ଶିବ ଜୟନ୍ତୀ ପରମାତ୍ମା ଶିବ ଜୟନ୍ତୀ ସହ ଆତ୍ମା ମାନଙ୍କର ମଧ୍ୟ ଜୟନ୍ତୀ ଅଟେ।ଶିବବାବା ସବୁ ଆତ୍ମଙ୍କଠାରୁ କାମ,କ୍ରୋଧ,ଲୋଭ,ମୋହ,ଅହଙ୍କାର ଆଦି ବିଷକୁ ଦାନ ରୂପରେ ମାଗି ସମସ୍ତ ଆତ୍ମଙ୍କୁ ଜ୍ଞାନାମୃତ ପାନ କରାଇ ସାଧାରଣ ମନୁଷ୍ୟକୁ ଦେବୀ ଦେବତା ସମାନ ବନାଉଛନ୍ତି।

ଏହି ସହରର ବିଶିଷ୍ଟ ସମାଜସେବୀ ଶମ୍ଭୁ ଲିଙ୍ଗମ ସାର୍ ଏହି ବ୍ରହ୍ମାକୁମାରୀ ଭାଇ ଓ ଭଉଣୀମାନଙ୍କ ନୀରବଛିନ୍ ପ୍ରୟାସ ସମାଜକୁ ପରିବର୍ତ୍ତନ କରିପାରୁଛି।ମା ଦାନ୍ତ କ୍ଲିନିକ୍ ର ପ୍ରତିଷ୍ଠାତା କଂଗ୍ରେସ ସାର୍ ସମୟର ପ୍ରତି ମୁହୂର୍ତ୍ତକୁ ମାନବ ସେବାରେ ଲଗାଇ ଏହି ଜୀବନକୁ ସଫଳ କରିବାକୁ ହେବ,ଏହା ହିଁ ଜୀବନର ଲକ୍ଷ୍ୟ ଯାହା ଏହି ବ୍ରମକୁମାରିସ ର ଭାଇଭଉଣୀମାନେ କରୁଛନ୍ତି।ଶେଷରେ ଶିବ ପିତାଙ୍କ ୟାଦରେ ଶିବପିତାଙ୍କର ପତାକା ଉତ୍ତୋଳନ କରାଗଲା।ଏଥିସହ କବିସୂର୍ଯ୍ୟ ନଗର ସ୍ଥିତ ରଘୁନାଥ ପାଟଣା ସାହିରେ ଏକ ନୂତନ ସେବାକେନ୍ଦ୍ର ର ପ୍ରତିଷ୍ଠା ତଥା ଗୃହ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଥିଲା।ଏହି ପ୍ରୋଗ୍ରାମ୍ ରେ ତିନି ଶହରୁ ଉର୍ଦ୍ଧ୍ବ ବ୍ରହ୍ମାକୁମାରୀ ଭାଇ ଭଉଣୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରାଇଥିଲେ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର

More Stories
ବାଲିପଦର ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ l
ବି.ନୁଆଁଗାଁରେ ସୃଷ୍ଟି ପବ୍ଲିକ ସ୍କୁଲ ଉଦଘାଟିତ
ସାରୁବନ୍ଧର ପୁନଃରୁଦ୍ଧାର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ