ରାୟଗଡ଼ା(ଆମ ଓଡିଶା ଖବର )/୨୪/୨() : ବିହାରର ଭାଗଲପୁର ଠାରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିସାନ ସମ୍ମାନ ନିଧିର ୧୯ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅପରାହ୍ନରେ ଜିଲ୍ଲାସ୍ତରୀୟ କିସାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୨ଟା ୧୫ମି.ରୁ ସାଢେ ୩ଟା ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ପିଏମ କିସାନ ଯୋଜନା ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି । ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ମସିହା ଅକ୍ଟୋବର ୫ତାରିଖରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ୨ହଜାର ଟଙ୍କା ଲେଖାଁଏ ୬ହଜାର ଟଙ୍କା ପ୍ରତି ୪ମାସ ବ୍ୟବଧାନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ପିଏମ କିସାନ ଯୋଜନା ହେଉଛି କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା । ଗତ ୨୦୧୯ ମସିହା ଫେବୃଆରୀ ମାସରୁ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ସିଧାସଳଖ ବେନିଫିଟ୍ ଟ୍ରାନ୍ସଫର ମୋଡରେ ଯୋଗ୍ୟ ଚାଷୀଙ୍କ ଖାତାକୁ ଏହି ରାଶି ହସ୍ତାନ୍ତର କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୨୫୦ଜଣ ପିଏମ କିସାନ ହିତାଧିକାରୀମାନେ ଅଂଶଗ୍ରହଣ କରିଥିିବା ବେଳେ ଉପକୃତ ହୋଇଛନ୍ତି ଜିଲ୍ଲାର ସର୍ବମୋଟ ୪୮୬୦୬ଜଣ ପିଏମ କିସାନ ହିତାଧିକାରୀ । ଏଥିରେ ଜିଲ୍ଲାର ବିଷମକଟକ ବ୍ଳକରୁ ୩୯୬୬ଜଣ,ଚନ୍ଦ୍ରପୁରରୁ ୨୫୧୩ଜଣ,ଗୁଡାରୀରୁ ୩୭୧୪ଜଣ,ଗୁଣପୁରରୁ ୪୫୮୫ଜଣ ଚାଷୀ ହିତାଧିକାରୀଙ୍କ ଖାତାକୁ ଟଙ୍କା ଜମା ହୋଇଥିବା ବେଳେ କଲ୍ୟାଣସିଙ୍ଗପୁର ବ୍ଳକରୁ ୪୨୦୮ଜଣ,କାଶିପୁର ବ୍ଳକରୁ ସର୍ବାଧିକ ୭୫୨୪ଜଣ,କୋଲନରାରୁ ୪୪୪୫ଜଣ,ମୁନିଗୁଡା ୪୬୬୮ଜଣ ଏବଂ ପଦ୍ମପୁର ବ୍ଳକରୁ ୩୭୧୫ଜଣ,ରାମନାଗୁଡାରୁ ୩୧୪୯ ଓ ରାୟଗଡ଼ା ବ୍ଳକରୁ ୬୧୧୯ଜଣଙ୍କୁ ମିଶାଇ ସର୍ବମୋଟ ୪୮୬୦୬ଜଣ ହିତାଧିକାରୀଙ୍କୁ ଆଜି ପିଏମ କିସାନ ସମ୍ମାନ ନିଧିର ୧୯ତମ କିସ୍ତି ୨ହଜାର ଟଙ୍କା ଲେଖାଁଏ ଡିବିଟି ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କର ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନିୟୋଜନ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତତ୍ତ୍ୱମସୀ ମହାପାତ୍ର ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଞାନରଂଜନ ସେଠୀ,ବୈଞାନିକ (କେବିକେ)ରାୟଗଡ଼ା ଡ.ଅରିନ୍ଦିତ ରଏ,ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ.ଦେବରାଜ ନାୟକ,ଡିଆଇଓ,ଏନଆଇସି ଏନ.ଗୁଣ ଶେଖର,ଡିଆଇପିଆର କାର୍ଯ୍ୟାଳୟ ଷ୍ଟାଫ୍ ଡମ୍ବୁରୁଧର ପଣ୍ଡାଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର.
More Stories
ଲକ୍ଷପତି ଦିଦି ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା
ଗୁଣପୁର ଉପଖଣ୍ଡ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l
ରାମନାଗୁଡାରେ ଭାଜପା ପକ୍ଷରୁ ମଣ୍ଡଳ ସ୍ତରୀୟ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ l