ଖୋର୍ଦ୍ଧା : (ଆମ ଓଡ଼ିଶା ଖବର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତର ହାରିକେଶର ଠାରେ ଚାଲିଥିବା ତୃତୀୟ ଗାଁ ମହୋତ୍ସବ ରବିବାର ଦିନ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ବିଜେଡି ନେତା ମନ୍ମମଥ ରାଉତରାୟ ମୁଖ୍ୟ ଅତିଥି , ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା ପରିଷଦର ସଭାପତି ଅଭିଷେକ ସିଂସାମନ୍ତ, ମୁଖ୍ୟ ବକ୍ତା ସମାଜସେବୀ ଆଲୋକ ପାତ୍ର , ସମାଜସେବୀ ବାସୁଦେବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ମହୋତ୍ସବ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ରାଉତରାୟ ସଭାପତିତ୍ବ କରିଥିବା ବେଳେ କବି ଶ୍ରୀକାନ୍ତ କୁମାର ନାୟକ ସଂଯୋଜନା କରିଥିଲେ। ଏହି ଅବସରରେ ଗ୍ରାମର ଶତାୟୁ ବ୍ୟକ୍ତି ବ୍ରହ୍ମଚାରୀ ଜେନା , ଓଡ଼ିଶୀ ନୃତ୍ୟ କଳାକାର ସୌସାଇ କାନ୍ତ , ଭଜନ ଗାୟକ ରିଙ୍କୁ, ପରମଜ୍ୟୋତି ସାହୁ ଓ ଖୁସୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦେବଦାସ ନୃତ୍ୟ , ରାଧାକୃଷ୍ଣ ନୃତ୍ୟ , ସମ୍ବଲପୁରୀ ନୃତ୍ୟ , ସିବତାଣ୍ଡବ , ସହିତ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବକୁ ଦେଖିବା ପାଇଁ ସ୍ଥାନୀୟ ଅଂଚଳର ବହୁ ଦର୍ଶକ ଉପଭୋଗ କରିଥିଲେ ।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l