ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ l
ଗଞ୍ଜାମ:(ଆମ ଓଡିଶା ଖବର)ଆସିକା, ତା ୨୮.୨.୨୫ ରିଖ ଅଦ୍ଯ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସୁନୀଲ କୁମାର ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ବିଜ୍ଞାନ ଦିବସର ଆଭିମୁଖ୍ୟ ଓ ବୈଜ୍ଞାନିକ ସି.ଭି.ରମଣଙ୍କ ବିଷୟରେ କହିଥିଲେ। ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରସ୍ୱତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶୁଭ୍ରାଂଶୁ କହଁର ଯୋଗଦେଇ ଭାରତୀୟ ବିଜ୍ଞାନକୁ ସିଂ.ଭି.ରମଣଙ୍କ ଅବଦାନ ବିଷୟରେ କହିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଜ୍ଞାନ ନାଟକ, ବୈଜ୍ଞାନିକଙ୍କ ଫଟୋ ପରିଚୟ, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା।

ଆଚାର୍ଯ୍ୟା ଅନୀତା ତ୍ରିପାଠୀ ଅତିଥି ପରିଚୟ ଓ ନବମ ଶ୍ରେଣୀ ଛାତ୍ରୀ ସୁନୀତା କୁମାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ରୀ ଲିପ୍ସା ରାଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଲିପ୍ସା ରାଣୀ ଦୋରା, କୃତିବାସ ମହାପାତ୍ର, କ୍ଷୀରାବ୍ଦୀ ତନୟା ଶର୍ମା, ଶୁଭଶ୍ରୀ ମହାପାତ୍ର, ଚିତ୍ରସେନ ପାତ୍ର ଆଦି ସହଯୋଗ କରିଥିଲେ। ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ