ଗଞ୍ଜାମ ( ଆମ ଓଡିଶା ଖବର)ଆସିକା ତା ୪/୩ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ନାରୀ ସଶକ୍ତିକରଣର ପ୍ରାୟୋଜିତ କାର୍ଯ୍ୟକ୍ରମ ଯୁକ୍ତ ତିନି ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ସଭାପତିତ୍ବରେ ଉଦଯାପନ ହୋଇଯାଇଛିା। ଉକ୍ତ ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଓ ଏନସିସି ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ, ଓଡିଆ ବିଭାଗ ମୁଖ୍ୟା ଡ. ସ୍ମିତାରାଣୀ ପଣ୍ଡା, ଉପ ପରୀକ୍ଷା ନିୟନ୍ତ୍ରକ ଡ. ନନ୍ଦିତା ଦାଶ, ଓଡିଆ ଅଧ୍ୟାପିକା ଡ. ସସ୍ମିତା ପାତ୍ର ଏବଂ ଆତ୍ମସୁରକ୍ଷା କ୍ଳବର ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ମିନତୀ ବେହେରା ମଞ୍ଚାସୀନ ଥିଲେ।

ମଞ୍ଚାସୀନ ଅତିଥିଙ୍କ ଦ୍ବାରା ଦେବ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ସଂଯୋଜିକା ସୁ୍ଶ୍ରୀ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ତାଲିମ ଶିବିର ଉଦଯାପନର ମୁଖ୍ୟ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ। ଯୁକ୍ତ ତିନି ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ତାଲିମ ଶିବିରଟି ତା ୨୦.୨.୨୦୨୫ ରିଖ ଠାରୁ ଆରମ୍ଭ ହୋଇ ୧.୩.୨୦୨୫ ମଧ୍ୟରେ ସମାପ୍ତ ହୋଇଥିଲା ଆତ୍ମସୁରକ୍ଷା କୌଶଳର ସଦବିନିଯୋଗ ହିଁ ଆତ୍ମସୁରକ୍ଷା ତାଲିମର ସାର୍ଥକତା ବୋଲି ଅଧ୍ୟକ୍ଷ ନିଜର ସ୍ବାଗତ ଭାଷଣରେ ମତ ରଖିଥିଲେ।

ଆଜିର କୁତ୍ସିତ ମନୁଷ୍ୟ ସମାଜରେ ଦୈନିକ ନାରୀ ମାନଙ୍କ ପ୍ରତି ହେଉଥିବା ଅହେତୁକ ଯୌନ ଉତ୍ପୀଡନ, ଅତ୍ୟାଚାର, ବ୍ୟଭିଚାର, ଅଶ୍ଳିଳ ଇଙ୍ଗିତ ତଥା ମନ୍ତବ୍ୟ, ପାରିବାରିକ ହିଂସା, ଯୌତୁକ ନିର୍ଯ୍ୟାତନା, ଏସିଡ୍ ଫିଙ୍ଗିବା, ଅସଦାଚରଣ ଇତ୍ୟାଦି ବୈମାନୁଷିକ ଆଚ଼ରଣ ତଥା କାର୍ଯ୍ୟକଳାପରୁ ବର୍ତ୍ତିବା ପାଇଁ ଏହା ଏକ ଓଡ଼ିଶା ସରକାରଙ୍କ ଅଭିନବ ଆୟୋଜନ ବୋଲି ସମସ୍ତ ଅତିଥି ନିଜର ମତ ସାବ୍ୟସ୍ତ କରିଥିଲେ ଏବଂ ଓଡିଶା ସରକାରଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ସମସ୍ତେ କହିଥିଲେ କେବଳ ନାରୀ ସମାଜରେ ଆତ୍ମନିର୍ଭରଶୀଳ ହେବା ଯଥେଷ୍ଟ ନୁହେଁ, ତତ୍ପଶ୍ଚାତ ଆତ୍ମସୁରକ୍ଷା ମଧ୍ୟ ଏକାନ୍ତ କାମ୍ୟ। କୁତ୍ସିତ ତଥା ହିନମନ୍ୟତା ପୁରୁଷ ସମାଜକୁ ଉଚ଼ିତ୍ ଜବାବ୍ ଦେବାକୁ ହେଲେ ଆତ୍ମସୁରକ୍ଷା ନିତାନ୍ତ ପ୍ରୟୋଜନ ବୋଲି ପ୍ରାୟ ସମସ୍ତ ମଞ୍ଚାସୀନ ଅତିଥି ଯୁକ୍ତି ବାଢିଥିଲେ। ଛାତ୍ରୀମାନଙ୍କ ମାନସିକ ତଥା ଶାରିରୀକ ବିକାଶରେ ମଧ୍ୟ ଆତ୍ମସୁରକ୍ଷା ତାଲିମର ଆବଶ୍ୟକ ଅଛି ବୋଲି କହିଥିଲେ। ଆତ୍ମସୁରକ୍ଷା ନାରୀ ସଶକ୍ତିକରଣର ଏକ ଅଂଶ ବିଶେଷ ବୋଲି କହିଥିଲେ। ଛାତ୍ରୀମାନଙ୍କୁ ଭାରତ ବର୍ଷର ବିଦୂଷୀ ତଥା ମହିୟଶୀ ନାରୀମାନଙ୍କ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଏବଂ ସମାଜର ସମସ୍ତ କ୍ଷେତ୍ରରେ ନାରୀମାନଙ୍କ ଉପସ୍ଥିତି କାମନା କରିଥିଲେ। ଉପସ୍ଥିତ ବୁଦ୍ଧି ହିଁ ଆତ୍ମସୁରକ୍ଷାର ମୂଳମନ୍ତ୍ର ବୋଲି ଅଧ୍ୟକ୍ଷ ଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ଆତ୍ମସୁରକ୍ଷା ତାଲିମ ନାରୀମାନଙ୍କ ପାଇଁ ଏକ ରକ୍ଷାକବଚ ବୋଲି ସମ୍ମାନିତ ଅତିଥବୃନ୍ଦ ଅନିରୂପ ମତ ରଖିଥିଲେ।

ମାଷ୍ଟର ଟ୍ରେନର ପ୍ରାକ୍ତନ ଛାତ୍ରୀ ଦ୍ବୟ ସୁଶ୍ରୀ ଶୀବାନି ମହାରଣା ଏବଂ ଲିଜାରାଣୀ ପାତ୍ରଙ୍କ ଦ୍ବାରା ଆତ୍ମସୁରକ୍ଷା ତାଲିମର କେତେକ ନିତ୍ସକ କୌଶଳ ପରିବେଷଣ କରାଯାଇଥିଲା।ଆତ୍ମସୁରକ୍ଷା କ୍ଳବର ଅଧ୍ୟାପିକା ଶ୍ରୀମତୀ ଶୈଲ କୁମାରୀ ଝା, ଶ୍ରୀମତୀ କୁମାରୀ ପଦ୍ମାବତୀ ମଲ୍ଲିକ, ସୁଶ୍ରୀ ରଶ୍ମିପ୍ରିୟା କାଲୋ, ସୁଶ୍ରୀ କୁନିକା ଦାଶ ଏବଂ ସୁଶ୍ରୀ ଯୋଗେଶ୍ବରୀ ଧରୁଆ ତାଲିମ ଶିବିରର ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିବାରେ ସହଯୋଗ କରିଥିଲେ। ପରିଶେଷରେ ଅଧ୍ୟାପିକା ସୁଶ୍ରୀ ସେଇଲ୍ କୁମାରୀ ଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ