ରିପୋର୍ଟ :ଦେବାଶିଷ
କୋଦଳା, (ଆମ ଓଡିଶା ଖବର):ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢାମ୍ବ ପଞ୍ଚାୟତରେ ସୁଭଦ୍ରା ସଚେତନତା ସମ୍ପର୍କୀୟ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି | ବୁଢାମ୍ବ ସରପଞ୍ଚ ସୁଜିତା ପଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ପଞ୍ଚାୟତରୁ ଦୁଇ ଶହରୁ ଉର୍ଦ୍ଧ ମହିଳା ଯୋଗଦେଇ ଗାଁ କୁ ଗାଁ ବୁଲି ନାରୀ ସଶକ୍ତିକରଣ ର ନାରା ଦେଇ ସମସ୍ତଙ୍କୁ ସଚେତନ କରିବା ସହ ସୁଭଦ୍ରା ଯୋଜନା ମାଧ୍ୟମରେ କେମିତି ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ସ୍ଲୋଗାନ ଦେଇଥିଲେ | ଏହି ଶୋଭାଯାତ୍ରା ରେ ସରପଞ୍ଚ ପ୍ରତିନିଧି ଯଜ୍ଞ ପ୍ରସାଦ ପଣ୍ଡା ଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମବିକେ, ସିଆରପି ଓ ଏସଏଚଜି ମେମ୍ବର ଯୋଗ ଦେଇଥିଲେ |
More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ