ଗଞାମ :- ( ଆମ ଓଡିଶା ଖବର)ନିକଟସ୍ଥ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡ଼ିଗ୍ରୀ ମହାବିଦ୍ୟାଳୟ ରେ ଓଡିଶା ସରକାର ଙ୍କ ନିର୍ଦେଶନାମା ଅନୁସାରେ ଯୁକ୍ତ 3 ପ୍ରଥମ ବର୍ଷ ର ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟନ ହୋଇଯାଇଛି ।ଉକ୍ତ ତାଲିମ ଶିବିର ର କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଙ୍କ ସଭାପତିତ୍ୱ ରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା କାର୍ଯ୍ୟ ରେ ମୁଖ୍ୟ ଅତିଥି ଭାବେ +2 ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ସରୋଜ କାନ୍ତ ଦାସ ଯୋଗଦେଇ ଆତ୍ମ ସୁରକ୍ଷା କୌଶଳ ଗୁଡିକୁ ଅବଲମ୍ବନ କଲେ ଆକସ୍ମିକ ବିପଦ କୁ ଏଡାଇ ଦିଆଯାଇପାରିବ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ର ମୁଖ୍ୟ ସଂଯୋଜିକା ଶ୍ରୀମତୀ ମିନତୀ ଆଚାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ରୀ ଅମୟ କୁମାର ସ୍ୱାଇଁ, ଡ଼କ୍ଟର ଏ ଜିତେଶ ରାଓ ଦୋରା, ଅଧ୍ୟାପିକା ଭକ୍ତଳତା ମହାପାତ୍ର, ସଲୀଳା ନାୟକ, ଏ ଶିବାନୀ ଆଚାରୀ, ସିମାଞ୍ଚଳ ଗୌଡ଼, ନ ମୁଦୁରାଜୁ ଦୋରା,ନବଘନ ପ୍ରଧାନ,ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ, ଶୁଭଲଷ୍ମୀ ଖାଡ଼ଙ୍ଗା ଓ ଆଶିଷ କୁମାର ନଇକ ପ୍ରମୁଖ ସହଯୋଗ କରିଥିଲେ ଏବଂ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କାରିଣୀ ଶ୍ରୀମତୀ ପ୍ରିୟଙ୍କା ସ୍ୱାଇଁ ବିଭିନ୍ନ ଆତ୍ମ କୌଶଳ ସୁରକ୍ଷା ର ଶିକ୍ଷା ଗୁଡିକୁ ପ୍ରଦାନ କରିଥିଲେ। ପରିଶେଷରେ ଅଧ୍ୟାପକ ଶ୍ରୀ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ବି.ନୁଆଁଗାଁରେ ସୃଷ୍ଟି ପବ୍ଲିକ ସ୍କୁଲ ଉଦଘାଟିତ
ସାରୁବନ୍ଧର ପୁନଃରୁଦ୍ଧାର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ
ଶାନ୍ତି ଶକ୍ତି ଭଵନରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ l