ଗଞ୍ଜାମ (ଆମ ଓଡିଶା ଖବର)21/03/25: ସ୍ଥାନୀୟ ବାଲିପଦର ଆଞ୍ଚଳିକ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଠାରେ ଅର୍ଥନୀତି ବିଭାଗର ପାଠ୍ୟଚକ୍ର ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଗୋପୀନାଥ ମହାନ୍ତି ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସରୋଜ କାନ୍ତ ଦାସ, ଅର୍ଥନୀତି ବିଭାଗର ରିଷୋୖରଚ ପରସନ ଭାବେ ପ୍ରଫେସର ବିଭୁତି ଭୂଷଣ ବେଵର୍ତା କ୍ଷେତ୍ରୀୟ ବରପୁର ମହାବିଦ୍ୟାଳୟ ର ଅଧକ୍ଷ ସୁବାଷ ଚନ୍ଦ୍ର ସାମଲ ଯୋଗଦେଇ ଗ୍ରାମୀଣ ଅର୍ଥନୀତି ଓ କୃଷି ର ବିକାଶ ସୁଦୃଢ଼ୀ କରଣ ନିମନ୍ତେ ବ୍ୟାଙ୍କ ର ଭୂମିକା ଆଗ୍ରଗଣ୍ୟ ବୋଲି ମତ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ର ବିଭାଗୀୟ ମୁଖ୍ୟ ଡ଼କ୍ଟର ଏ ଜିତେଶ ରାଓ ଦୋରା ଏବଂ ସାଙ୍ଗଠନିକ ସମ୍ପାଦକ ପ୍ରେମାନନ୍ଦ ପ୍ରଧାନଙ୍କ ତତ୍ଵାବଧାନ ରେ ଆଲୋଚନା ଚକ୍ର ପରିଚାଳିତ ହୋଇଯାଇଛି। ଆନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଅମୟ କୁମାର ସ୍ୱାଇଁ, ଶ୍ରୀମତୀ ମିନତୀ ଆଚାରୀ, ଭକ୍ତଳତା ମହାପାତ୍ର, ସଲୀଳା ନାୟକ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅର୍ଥନୀତି ବିଭାଗ ର ଶେଷ ବର୍ଷ ଛାତ୍ରୀ ଟି ସାଧନାରାଣୀ ଦାସ ପାଠ୍ୟଚକ୍ର ର ସନ୍ଦର୍ଭ ପଠନ କରିଥିଲେ। ପରିଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ
More Stories
ଚିକିଲି ରେ ନୂତନ ଏଟିଏମ ର ଶୁଭ ଉଦଘାଟନ
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ