ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଠାରେ ଫଟାଫଟ କ୍ରିକେଟର ନିଦର୍ଶନ ପୂର୍ବକ ପଞ୍ଚାୟତ ସ୍ତରୀୟ ମା’ବାହୁତୀ ମେଗା କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି | ଯୁବ ଖେଳାଳୀଙ୍କୁ ଉତ୍ସାହିତ କରିବା ସହ କ୍ରିକେଟପ୍ରେମୀ ଚଟାପଟ ଫଟାଫଟ କ୍ରିକେଟର ମଜା ନେବାକୁ ଶାଳବଣ ଗ୍ରାମ୍ୟ କମିଟି ଏବଂ ସ୍ଥାନୀୟ ଯୁବଗୋଷ୍ଟୀର ମିଳିତ ସହଯୋଗରେ ଆୟୋଜିତ ଏହି ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ସମସ୍ତ ଖେଳାଳୀ ତଥା ଆୟୋଜକ କମିଟିକୁ ଉତ୍ସାହିତ କରିଥିଲେ | ଏହା ସହ ଟେନିସ ବଲ ରେ ନଖେଳି ବରଂ ଡ୍ୟୁଜ ବଲ ରେ ଖେଳିବାକୁ ଖେଳାଳୀଙ୍କୁ ଆହ୍ୱାନ ଦେଇଥିଲେ | ସନମାନିତ ଅତିଥି ଭାବେ ସମାଜସେବୀ ଜୟରାମ ସ୍ୱାଇଁ, ଜିଲ୍ଲା ପରିଷଦ ପ୍ରତିନିଧି ମିଥୁନ ସ୍ୱାଇଁ, ସମାଜସେବୀ ଅଶୋକ ରଞ୍ଜନ ତାରିଣୀ,ଅଙ୍ଗାରଗାଁ ବିଜେପି ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ,ଅଙ୍ଗାରଗାଁ ସରପଞ୍ଚ ପ୍ରତିନିଧି ପୁର୍ଣଚନ୍ଦ୍ର ସେଠି, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତିସଭ୍ୟ ମାଧବ ରାଉତ,ବୁରୁଝରୀ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା,ସୁମଣ୍ଡଳ ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ପାଣ୍ଡୀ,ସମାଜସେବୀ ପ୍ରଦୀପ ପାତ୍ର, ସମାଜସେବୀ ସରୋଜ ସାହୁ ପ୍ରମୁଖ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ | ଏହି ଉଦଘାଟନି ମ୍ୟାଚରେ ତାଳସର ଦଳ କୁ ଭେଟିଥିଲା କୁମାରୀପାରି ଦଳ | ଆୟୋଜକ କମିଟି ଦ୍ୱାରା ଆୟୋଜିତ ଟୁର୍ନାମେଣ୍ଟକୁ ବେଶ ଉପଭୋଗ କରିଥିଲେ ଉପସ୍ଥିତ ଅତିଥି | ଏହା ସହ ସମସ୍ତ ଆୟୋଜନ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ଯୁବଗୋଷ୍ଟୀଙ୍କୁ ଧନ୍ୟବାଦ ଜଣାଇଥିଲେ ଅତିଥି ବୃନ୍ଦ | ଏହି ଟୁର୍ନାମେଣ୍ଟରେ ଜୟକୃଷ୍ଣ ପାତ୍ର,କମଳ ସ୍ୱାଇଁ, ଦିଲୀପ ସ୍ୱାଇଁ, ଭବାନୀ କାନ୍ତ ପଟ୍ଟନାୟକ,ରବି ସ୍ୱାଇଁ,ନିମେଇ ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ,ଯୋଗୀରାମ ଜେନା,ସୁରେଶ ଚନ୍ଦ୍ର ପଲେଇ,ଚନ୍ଦନ ସ୍ୱାଇଁଙ୍କ ସମେତ ଶାଳବଣ ଗ୍ରାମ୍ୟ କମିଟିର ସଦସ୍ୟ ବୃନ୍ଦ ସମ୍ପୂର୍ଣ ସହଯୋଗ କରିଥିଲେ | ଆଜିର ମ୍ୟାଚରେ ସ୍କୋରର ଭାବେ ଆଲୋକ ପାତ୍ର ଓ ଉପସ୍ଥାପକ ଭାବେ ଭବାନୀ କାନ୍ତ ପଟ୍ଟନାୟକ, ନବ କିଶୋର ସ୍ୱାଇଁ ପ୍ରମୁଖ ନିଜର ଦାୟିତ୍ୱ ତୁଲାଇ ଥିଲେ | ଆଜିର ଖେଳକୁ ପରିଚାଳନା କରିଥିଲେ ଚିନ୍ମୟ, ମିଥୁନ |
More Stories
ଚିକିଲି ରେ ନୂତନ ଏଟିଏମ ର ଶୁଭ ଉଦଘାଟନ
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ