ସ୍କୁଟିକୁ ପିଟିଲା ଅଟୋ, ଦୁଇ ମୃତ l

ରିପୋର୍ଟ :ଦେବାଶିଷ ମହାରଣା

କୋଦଳା, (ଆମ ଓଡିଶା ଖବର):କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢ଼ାମ୍ବ ଦେଓଗାଁ ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ସ୍ୱାମୀ, ସ୍ତ୍ରୀ ଙ୍କ ମୃତ୍ୟୁ ଘଟିଥିବା ବେଳେ କୁନି ଝିଅ ଟି ବର୍ତ୍ତୀ ଯାଇଛି | ସୂଚନା ପ୍ରକାରେ ବୁଧବାର ସକାଳ ଦଶ ଘଟିକା ସମୟରେ ମଠ ସରସିଂ ପଞ୍ଚାୟତ ଅନ୍ତର୍ଗତ ଶାଳବଣ ଗ୍ରାମର କାଁହୁ ବାରିକ ନିଜ ସ୍ତ୍ରୀ ଓ ଛୁଆକୁ ଧରି ଶ୍ୱଶୁର ଘର ଗାଁ କାକରପାଣି କୁ ଯାଉଥିଲେ | ହେଲେ ଘର ଠୁ ମାତ୍ର କେଇ କିଲୋମିଟର ଦୂରରେ ଏକ ଡାଲା ଅଟୋ ସ୍କୁଟିକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସ୍ତ୍ରୀ ସ୍ୱପ୍ନା ବାରିକ ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା | ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି | ତେବେ ଦୁର୍ଘଟଣା ଘଟିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲା ବେଳେ ଡାଲା ଅଟୋ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି |

error: Content is protected !!