ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )୧/୪: ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ ଓ ସେବା ସଂସଦ ତରଫରୁ ବେଗୁନିଆ ମହାବିଦ୍ୟାଳୟ ନିକଟସ୍ଥ ଏସ୍.କେ. କୋଚିଂ ସେଣ୍ଟର ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି।ପ୍ରାରମ୍ଭରେ ” ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା। ଶ୍ୱେତପଦ୍ମାର ସଭାପତି ଭାଗୀରଥି ପରିଡ଼ା କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ଉତ୍କଳ ଦିବସରେ ବରପୁତ୍ର ମାନଙ୍କ ଅବଦାନ ବିଷୟରେ ସମ୍ୟକ ସୂଚନା ସହିତ ସ୍ବାଗତ ଭାଷଣ ଦେଇଥିଲେ। ଏସ୍ . କେ କୋଚିଂର ମୁଖ୍ୟ ଶ୍ରୀକୁମାର ସାହୁ ଓ ସୋମନାଥ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା ସହିତ ମଙ୍ଗଳା ଚରଣ ପାଠ କରିଥିଲେ। ପ୍ରଥମେ ଶ୍ୱେତପଦ୍ମା ଓ ଏସ୍. କେ. କୋଚିଂ ପରିବାରର ସମସ୍ତ ସଭ୍ୟସଭ୍ୟା ଓ ଛାତ୍ରଛାତ୍ରୀ ମାନେ ମିଳିତ ଭାବରେ ବରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଥିଲେ।ଏଥିରେ ସାରଙ୍ଗଧର ସାହୁ ମୁଖ୍ୟ ଅତିଥି, ଡ.ପ୍ରତିମା ଷଡ଼ଙ୍ଗୀ ମୁଖ୍ୟ ବକ୍ତା, ରଘୁନାଥ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି କହିଥିଲେ। ବିଶିଷ୍ଟ ବାଗ୍ମୀ ତଥା ସଂଗୀତ ବିଶାରଦ ପ୍ରଦୀପ କିଶୋର ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଜଗନ୍ନାଥ ମହାପାତ୍ର,ଉତ୍କଳିକା ସାହୁ, ଶତୃଘ୍ନ ସାହୁ,ଲକ୍ଷ୍ମୀଧର ମହାରଣା,ଶୁଭମ ସାହୁ,ଦିବ୍ୟରଞ୍ଜନ ମହାରଣା,ଶୁଭମ ବରାଳ, ସ୍ୱରୂପ ସାମନ୍ତରାୟ, ସ୍ୱପ୍ନାରାଣୀ ମହାରଣା, ପୂଜା ବଳିଆରସିଂହ,ବର୍ଷାରାଣୀ ସ୍ୱାଇଁ, ବର୍ଷା ପ୍ରିୟଦର୍ଶିନୀ,ଲକ୍ଷ୍ମୀପ୍ରିୟା ପରିଡ଼ା,ଶୁଭଶ୍ରୀ ସୁଭସ୍ମିତା ଜୟସିଂହ ଯୋଗ ଦେଇଥିଲେ ଏହି ଅବସରରେ ଉତ୍କଳ ଦିବସକୁ ନେଇ କବିତା ପାଠୋତ୍ସବ ଓ ବକ୍ତୃତା, ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭମ ସାହୁ,ଦ୍ବିତୀୟ ବର୍ଷାରାଣୀ ସ୍ୱାଇଁ ଓ ଯୁଗ୍ମ ତୃତୀୟ ସ୍ଥାନ ଦେବସ୍ମିତା ସାହୁ ଓ ସ୍ୱପ୍ନା ପ୍ରିୟଦର୍ଶିନୀ ପାଇକରାୟ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା।
ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।