ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )୦୩/୨୫ ଓପିଟିସିଏଲ ଅଧିକାରୀ ମାନଙ୍କ ମାନମୁଖୀ କାର୍ଯ୍ୟ ଯୋଗୁ ରାଜ୍ୟ ବିକାଶର ଅଗ୍ରଣୀ ଭୂମିକା ନିଵାହ କରୁଥିବା ବିଭିନ୍ନ ଶକ୍ତି ପ୍ରକଳ୍ପ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିନା ଭୂମି ଅଧି ଗ୍ରହଣ, ଲାଇନ ରୁଟ ସର୍ଭେ, ମୃତ୍ତିକା ସର୍ବେକ୍ଷଣ ଭଳି ଗୁରୁତ୍ବପୂର୍ଣ୍ଣ ପୂର୍ବ ଆବଶ୍ୟକୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ନିଗମ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁଁ କର୍ମଚାରୀ ମାନେ ପ୍ରକଳ୍ପର ଆର୍ଥିକ ଆକଳନ ସହିତ ଟେଣ୍ଡର ପ୍ରକ୍ରିୟା ସମାପ୍ତ କରିବାକୁ ବାଧ୍ୟ ହେଉଛନ୍ତି।ଯୋଜନାର ଅଭାବଯୋଗୁ ପ୍ରକଳ୍ପ ସମାପ୍ତିରେ ବିଳମ୍ବ ଘଟୁଛି। ଏବିଷୟରେ ନିଗମର ସର୍ବୋଚ୍ଚ ଅଧିକାରୀଙ୍କୁ ଯନ୍ତ୍ରୀ ସଂଘ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁ ନଥିବା ଯନ୍ତ୍ରୀ ସଂଘ କହିଛି।
୨୦୨୧ ମସିହା ଠାରୁ ରାଜ୍ୟ ସରକାରଙ୍କ ଅଧିନରେ ଥିବା ପ୍ରତ୍ୟେକ ବୈଷୟିକ ବିଭାଗ ସହିତ ୨୦୨୪ ମସିହା ଅକ୍ଟୋବର ମାସଠାରୁ ବିଦ୍ୟୁତ ବିତରଣ ସଂସ୍ଥା ମାନଙ୍କର କ୍ୟାଡର ପୁନର୍ଗଠନ ହୋଇସାରିଥିବା ବେଳେ ଓପିଟିସିଏଲର କ୍ୟାଡର ପୁନର୍ଗଠନ ପ୍ରସ୍ତାବ ଶକ୍ତି ବିଭାଗରେ ଦୀର୍ଘ ଦେଢ ବର୍ଷ ହେବ ପଡି ରହିଛି।ସୂଚନା ଯୋଗ୍ୟ ଶକ୍ତିବିଭାଗ ଅଧୀନରେ ଥିବା ନିଗମରେ କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କର ଚାକିରୀ ସର୍ତ୍ତାବଳୀ ଓ ନୀତିରେ ସମାନତା ରହିବା କଥା ।କିନ୍ତୁ ବିଭାଗୀୟ ସଚିବଙ୍କର ଉଦାସୀନତା ପକ୍ଷପାତିତା ଏଥିରେ ବିତ୍ୟୁତି ଶ୍ରୁଷ୍ଟି କରିଛି ଯାହାକି ନିଗମରେ କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କ ପଦୋନ୍ନତି ରେ ବାଧକ ସାଜିଛି ବୋଲି ଓପିଟିସିଏଲ ଯନ୍ତ୍ରୀ ସଂଘର ସାଧାରଣ ସମ୍ପାଦକ ଇଂ ଯୋଗେନ୍ଦ୍ର କୁମାର ଜେନା ଏକ ପ୍ରେସ ବିବୃତିରେ କହିଛନ୍ତି। ଏହି ଉପଲକ୍ଷେ ସଂଘ ପକ୍ଷରୁ ମହମବତୀ ଜାଳି ପ୍ରତିବାଦ କରା ଯାଇଥିଲା। ଖୁବଶୀଘ୍ର ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକତର କରାଜୀବବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ସଭାପତି ଇଁ ବିପ୍ଳବ କୁମାର ବେହେରାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ଉପ8ଥିଲେ।
ଶକ୍ତି ବିଭାଗ ଉଚ୍ଚ ଅଧିକାରୀଙ୍କ ପକ୍ଷପାତିତା ବିରୁଦ୍ଧରେ ମହମବତୀ ଜାଳି ପ୍ରତିବାଦକଲେ ଓପିଟିସିଏଲ ଯନ୍ତ୍ରୀ ସଂଘ।

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l