ରିପୋର୍ଟ :ଦେବାଶିଷ ମହାରଣା
କୋଦଳା, (ଆମ ଓଡିଶା ଖବର):ରାଜ୍ୟ ସରକାରଙ୍କ ନିର୍ଧେଶ କ୍ରମେ ଚଳିତ ଆର୍ଥିକ ବର୍ଷ 2025-26 ପାଈଁ କୋଦଳା ଏନଏସି ରେ ବଜେଟ ସମ୍ପର୍କିତ ଏକ ଗୁରୁତ୍ୱପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଈଁ ସମସ୍ତ ୱାର୍ଡ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିପରି କରାଯିବ ସେ ନେଇ ଏକ ସମ୍ପୂର୍ଣ ରୂପରେଖ ପ୍ରସ୍ତୁତ ହେବା ପରେ ତାହାର ଏକ ରିଜୋଲୁସନ ପାରିତ କରାଯାଇଛି | କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ନାୟକଙ୍କ ପ୍ରଚେଷ୍ଟାରେ ଆଗକୁ କୋଦଳା ଏନଏସି କିପରି ମ୍ୟୁନିସିପାଲିଟି ରେ ପରିଣତ କରାଯିବ ସେ ନେଇ ମଧ୍ୟ ଆଉ ଏକ ରିଜୋଲୁସନ ପାରିତ ହୋଇଥିବା ଜଣାପଡିଛି | ତେବେ କୋଦଳା ସହରର ପ୍ରତ୍ୟେକ ୱାର୍ଡ ରେ କଣ କଣ ସମସ୍ୟା ରହିଛି ଏଵଂ କିଭଳି ଖୁବ ଶୀଘ୍ର ସେହି କାର୍ଯ୍ୟ କରାଯିବ ତାକୁ ନେଇ ବିଶେଷ ଆଲୋଚନା ହେବା ସହ ଆର୍ଥିକ ବଜେଟ ସମ୍ପର୍କିତ ସମସ୍ତ ତଥ୍ୟ ଗଞ୍ଜାମ ପ୍ରକଳ୍ପ ନିର୍ଧେଶକଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି | ଏହି ବୈଠକରେ ଅଧ୍ୟକ୍ଷ ଙ୍କ ସମେତ ଉପାଧ୍ୟକ୍ଷା ରଞ୍ଜିତା ସେଠି, କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ, ଅଫିସ କର୍ମକର୍ତା ଏଵଂ କୋଦଳାର ଏଗାର ଜଣ କାଉନସିଲର ଉପସ୍ଥିତ ଥିଲେ |


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?