ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ବୋଲଗଡ଼ ବ୍ଲକ୍ ବଡ଼ କୁମାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାନନଗର ଗ୍ରାମ ସ୍ଥିତ ମା ତାରିଣୀ ଦେବୀ ମନ୍ଦିର ପାର୍ଶ୍ଵ ଦେବତା ପ୍ରତିଷ୍ଠା ଉତ୍ସବ ପାନନଗର ଗ୍ରାମବାସୀ ମାନଙ୍କ ମିଳିତ ସହଯୋଗରେ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି । ପ୍ରଥମ ଦିବସରେ ବରିଷ୍ଟ ପୂଜକଙ୍କ ଦ୍ୱାରା ବେଦ ପାଠ , ଅଙ୍କୁରା ରୋପଣ , ମଣ୍ଡଳ କରଣ ଦ୍ୱିତୀୟ ଦିବସରେ କଳସ ଯାତ୍ରା ଘଣ୍ଟ ସ୍ଥାପନ ସୂର୍ଯ୍ୟ ପୂଜା , ଗମାଙ୍ଗ ପୂଜା , ଯଜ୍ଞ ବେଦୀ ପ୍ରତିଷ୍ଠା ଓ ହୋମ ଯଜ୍ଞ କରାଯାଇଥିଲା । ବିଶ୍ବର କଲ୍ୟାଣ ନିମନ୍ତେ ବରିଷ୍ଟ ପୂଜକ ସନ୍ଧ୍ୟା ଆରତୀ ସହିତ ବିଶ୍ଵ ଶାନ୍ତି ପ୍ରଥନା କରି ହୋମ ଯଜ୍ଞ ରେ ଘୃତ୍ୟ ପୂର୍ଣ୍ଣାହୁତି କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗଦେଇ ମା ତାରିଣୀଙ୍କ ଦର୍ଶନ ଲାଭ କରି କୃପଭିକ୍ଷା କରିଥିଲେ । ମା ତାରିଣୀ ମନ୍ଦିରକୁ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକରେ ସଜ୍ଜିତ କରାଯାଇ ବିଭିନ୍ନ କଳାକାର ମାନଙ୍କ ଦ୍ଵାରା ମନୋରଞ୍ଜନ ଧର୍ମି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ବରିଷ୍ଟ ସମାଜସେବୀ ପ୍ରକାଶ ଚନ୍ଦ୍ର ମାର୍ଥା ମୁଖ୍ୟ କର୍ତ୍ତା ଭାବେ ଯୋଗଦେଇ ସମସ୍ତ ଲୋକ ମାନଙ୍କର ସୁସ୍ଥ ନିରୋଗ ନିରାମୟ ଜୀବନ କାମନା କରି ହୋମ ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମର ୱାଡ଼ ମେମ୍ବର ସୁନିଲ କୁମାର ନାୟକ , ପୁର୍ବତନ ନାଏବ ସରପଞ୍ଚ ବିଜୟ କୁମାର ତାରେଣିଆ , ଜଗନ କୁମାର ନାୟକ , ମାନସ ନାୟକ , ରତ୍ନାକର ବେହୁରା ପ୍ରମୁଖ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ। ମନ୍ଦିର ପରିସରରେ ବଙ୍କୋଇ ଫାଣ୍ଡି ଅଧିକାରୀ ଦିଲୀପ କୁମାର ସାହୁଙ୍କ ସମେତ ପୋଲିସ ବାହିନୀ ଉପସ୍ଥିତ ରହି ଶ୍ରଦ୍ଧାଳୁ ମହିଳା ଭକ୍ତ ମାନଙ୍କୁ ସୁରକ୍ଷା ଯୋଗାଇବା ସହିତ ଶାନ୍ତି ଶ୍ରୁଖଳା ରକ୍ଷା କରିଥିଲେ ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
ବାର୍ଷିକ ପୁରସ୍କାର ବିତରଣ ଓ ବିଦାୟ କାଳିନ ସମ୍ଭର୍ଦନା ଉତ୍ସବ
ପବିତ୍ର ଅଶୋକାଷ୍ଟମୀରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ ଆଜି ଅପରାହ୍ନ ୩.୩୦ରେ ରଥଟଣା।
ସମୂହ ଛୁଟିରେ ଯିବେ ବେଗୁନିଆପଡା ବ୍ଲକର ସମସ୍ତ ଯୋଗାଣ ସହାୟକ