ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା (ଆମ ଓଡିଶା ଖବର):
ଗଞ୍ଜାମ କୋଦଳାରେ ଅଘଟଣ। ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଲେ ଜଣେ ଗରିବ ଖଟିଖିଆ। ଚିନାବାଦାମ୍ ଖୁଚୁରା ବିକ୍ରୟ କରି ନିଜର ପେଟ ପୋଷୁଥିଲେ। ବୁଗୁଡ଼ାରୁ ୨ ବସ୍ତା ଚିନାବାଦାମ୍ ଆଣି ପୋଖରୀରେ ଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଗଭୀର ପାଣିକୁ ଚାଲି ଯାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ କୋଦଳା ବାଇଗଣୀଆ ସାହିର ୪୦ ବର୍ଷୀୟ କଂଗ୍ରେସ ଜେନା।ଦଣ୍ଡିଶ୍ୱର ମନ୍ଦିର ନିକଟରେ ଥିବା ଗୁଡିଖାତ ପୋଖରୀରେ ସେ ବୁଡି ଯାଇଥିବା ସୂଚନା ମିଳିଛି। ଖବର ପାଇ ସାହି ଲୋକେ ପୋଖରୀ ନିକଟରେ ରୁଣ୍ଡ ହୋଇଥିଲେ। କୋଦଳା ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ତାଙ୍କୁ ପାଣି ଭିତରୁ ଉଦ୍ଧାର କରି ମେଡିକାଲ ପହଞ୍ଚାଇଥିବା ବେଳେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ସେପଟେ କୋଦଳା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ କଂଗ୍ରେସକଂ ଗୋଟିଏ ୪ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ରହିଛନ୍ତି।ଘଟଣା ପରେ ସ୍ତ୍ରୀ ଓ ପରିବାର ଲୋକେ ହତବାକ୍ ହୋଇ ପଡିଛନ୍ତି। ଗରିବ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?