ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଅଗ୍ନିବୀର ବୃତ୍ତି ପରାମର୍ଶ।
ଗଞ୍ଜାମ:( ଆମ ଓଡିଶା ଖବର)ଆସିକା ତା ୭/୪ : ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ କଲେଜ ସ୍ତରୀୟ ଉଦ୍ଭାବନ ଏବଂ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନି ତରଫରୁ ଭାରତୀୟ ପଦାତିକ ବାହିନି ଅଗ୍ନିବୀର ବୃତ୍ତି ନିମନ୍ତେ ଏକ ଯୋଗ୍ୟତା ପରାମର୍ଶ ଶିବିର ହୋଇଯାଇଛି। ଆର୍ମି ଡିଫେନ୍ସ କଲେଜ, ଗୋପାଳପୁର, ଗଂଜାମର ନିଯୁକ୍ତି ଅଧିକାରୀ ମେଜର କଲ୍ୟାଣ କୁମାର କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଅଗ୍ନିବୀର ସମ୍ବନ୍ଧୀୟ ପୁଙ୍ଖାନୁପୁଙ୍ଖ ବିବରଣୀ ଡିଜିଟାଲ ସ୍ଳାଇଡ୍ ଶୋ ମାଧ୍ୟମରେ ବୁଝାଇଥିଲେ। ଅଗ୍ନିବୀର ସାଧାରଣ କର୍ତ୍ତବ୍ୟ ଏବଂ ଟେକ୍ନିକାଲ ବୃତ୍ତିରେ କିପରି ପ୍ରବେଶ କରିପାରିବେ, ସେଥିରେ କେତେବର୍ଷ ପାଇଁ ଚାକିରି କରିପାରିବେ, ଅବସର ପରେ ଦକ୍ଷତା ଭିତ୍ତିକ ପ୍ରଣାମ ପତ୍ର ଦ୍ବାରା କିପରି ପୁନଃ ଭାରତର ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥାରେ ଚାକିରି କରିପାରିବେ, ଏଥିରେ ଆର୍ଥିକ ଲାଭ କ’ଣ ଅଛି ଇତ୍ୟାଦିର ବିସ୍ତୃତ ବିବରଣୀ ଛାତ୍ରଛାତ୍ରୀମାନଙ୍କୁ ଦେଇଥିଲେ। ଏକାଡେମିକ ବର୍ସର ଡ. ସନ୍ତୋଷ କୁମାର ଚୌଧୂରୀ ଉପସ୍ଥିତ ଥିଲେ। କଲେଜ ଏନସିସି ଅଧିକାରୀ ଶିବିର ସଂଯୋଜନା କରିଥିବା ବେଳେ ଉକ୍ତ ବୈଠକର ଆବାହକ ଇଁରାଜୀ ଅଧ୍ୟାପକ ଶୁଭେନ୍ଧୁ କୁମାର ରଥ କାର୍ଯ୍ୟ ସଂପାଦନା କରିଥିଲେ। ଯୋଗ୍ୟତା ନିରୂପଣ ଆବାହକ ସାଲ କୁମାର ସ୍ବାମୀ, ରାଜେଶ୍ କୁମାର ସାହୁ, କୃଷ ଚନ୍ଦ୍ର ପାତ୍ର ଇତ୍ୟାଦି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ସହଯୋଗ କରିଥିଲେ। ଶିବିରରେ ପ୍ରାୟ ଦୁଇଶତ ଆଶାୟୀ ଛାତ୍ରଛାତ୍ରୀ ଉପସ୍ଥିତ ଥିବାର ନଜିର ରହିଥିଲା। ପରିଶେଷରେ ଡ. ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ଚିକିଲି ରେ ନୂତନ ଏଟିଏମ ର ଶୁଭ ଉଦଘାଟନ
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ