ସି. ଏମ କପ ଜିଲ୍ଲା ସ୍ଥରୀୟ ଅନ୍ତଃ ୧୫ ବର୍ଷୀୟ (ବାଳକ ) ଫୁଟବଲ ଟୁର୍ନାମେଣ୍ଟ O୭/୦୪/୨୫ ତାରିଖ ରେ ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଉଦଘାଟନ ହୋଇଯାଇଛି । ଏହି ଟୁର୍ନାମେଣ୍ଟ ର ଉଦଘାଟନୀ ଉତ୍ସବ ରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ କେ. ଅନିଲ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ସନମାନନୀୟ ଅତିଥି ଭାବେ ଯୋଗଦେଇଥିଲେ । ଗଞ୍ଜାମ ଜିଲ୍ଲା କ୍ରୀଡା ସଂଘ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଜେ. କାମେଶ୍ୱର ରାଓ , ଆସିଷ୍ଟାଣ୍ଟ ଫୁଟବଲ ସେକ୍ରେଟାରୀ ଜି. ମନମଥ ବାବୁ ସଭା କୁ ପରିଚାଳନା କରିଥିଲେ । ଜିଲ୍ଲା କ୍ରୀଡା ସଙ୍ଘ ସଭ୍ୟ ଶ୍ରୀଯୁକ୍ତ ବିଜୟ କୁମାର ପଟନାୟକ ଶ୍ରୀଯୁକ୍ତ ଡ଼ି. ଡି ଗନ୍ତାୟତ, ଶ୍ରୀ ଡି. ଆପା ରାଓ, ଶ୍ରୀଯୁକ୍ତ ଦୁର୍ଗା ପଟନାୟକ, ଶ୍ରୀଯୁକ୍ତ କେ. ଅରବିନ୍ଦ, ଶ୍ରୀଯୁକ୍ତ ଡି. ବାବୁ ରାଓ, ଶ୍ରୀଯୁକ୍ତ ପ୍ରମୋଦ ମହାରଣା, ଶ୍ରୀଯୁକ୍ତ ରାଜନାରାୟଣ ପାତ୍ର ଓ ଅନ୍ୟାନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ ।
ଉଦ୍ଘାଟନୀ ମ୍ୟାଚ ଡି. ଏ. ଭି ସ୍କୁଲ ବନାମ ଡି. ପି. ଏସ. ଏସ ସ୍କୁଲ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚ ରେ ଡି. ପି. ଏସ. ଏସ ସ୍କୁଲ ୩-୦ ରେ ଡି. ଏ. ଭି ସ୍କୁଲକୁ ପରାସ୍ତ କରିଛି ।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
କଲେଜ ସ୍ତରୀୟ ଉଦ୍ଭାବନ ଏବଂ ପ୍ରତିଯୋଗିତା ଆରମ୍ଭ ବୈଠକ।
ପୋଖରୀରେ ବୁଡି କଂଗ୍ରେସଙ୍କ ମୃତ୍ୟୁ
ଜୟ ଶ୍ରୀ ରାମ ଯୁବକ ସଂଘ ତରଫରୁ ଶ୍ରୀରାମ ନବମୀ ଶୋଭାଯାତ୍ରା